ଛେପ ପକାଇ ଚୁଟି କାଟିଥିବା ଜାଭେଦ ହବିବ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ତାଙ୍କ ଚୁଟି କାଟିଥିବା ଦେଶର ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛି ପୁଲିସ୍‌। ଉତ୍ତର ପ୍ରଦେଶର ମୁଜାଫରନଗରର ମନସୁରପୁର ଥାନାରେ ତାଙ୍କ ନାଁରେ ଏହି ଏଫ୍‌ଆଇଆର ରୁଜୁ ହୋଇଛି। ପୂଜା ଗୁପ୍ତାଙ୍କ ଅଭିଯୋଗକ୍ରମେ ପୁଲିସ୍ ଏଫ୍‌ଆଇଆର ରୁଜୁ କରିଛି। ଏକ ୱାର୍କଶପ୍‌ରେ ପୂଜାଙ୍କ ମୁଣ୍ଡରେ ଛେପ ପକାଇ ଜାଭେଦ ହବିବ ଚୁଟି କାଟିଥିଲେ। ଏହି ଘଟଣାକୁ ନେଇ ପୂଜା ଖୋଲାଖୋଲି ଭାବେ ନିଜ […]

Jawed Habib

Jawed Habib

Jitendra Garnayak
  • Published: Friday, 07 January 2022
  • Updated: 07 January 2022, 05:37 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ତାଙ୍କ ଚୁଟି କାଟିଥିବା ଦେଶର ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛି ପୁଲିସ୍‌। ଉତ୍ତର ପ୍ରଦେଶର ମୁଜାଫରନଗରର ମନସୁରପୁର ଥାନାରେ ତାଙ୍କ ନାଁରେ ଏହି ଏଫ୍‌ଆଇଆର ରୁଜୁ ହୋଇଛି। ପୂଜା ଗୁପ୍ତାଙ୍କ ଅଭିଯୋଗକ୍ରମେ ପୁଲିସ୍ ଏଫ୍‌ଆଇଆର ରୁଜୁ କରିଛି। ଏକ ୱାର୍କଶପ୍‌ରେ ପୂଜାଙ୍କ ମୁଣ୍ଡରେ ଛେପ ପକାଇ ଜାଭେଦ ହବିବ ଚୁଟି କାଟିଥିଲେ। ଏହି ଘଟଣାକୁ ନେଇ ପୂଜା ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜାହିର କରିଥିଲେ। ଆଉ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଥିଲା।

ଏହି ଭାଇରାଲ ଭିଡିଓରେ ଜାଭେଦ ହବବି ଉପସ୍ଥିତ ଲୋକଙ୍କୁ କହିଛନ୍ତି ଯେ ଯଦି ପାଣିର ଅଭାବ ଥାଏ, ତା’ହେଲେ ଛେପ ପକାଇ ଦେବ। ଜାନୁଆରୀ ୩ ତାରିଖରେ ହୋଇଥିବା ଉକ୍ତ ୱାର୍କଶପ୍‌ ହୋଇଥିଲା। ଏଥିରେ ସାମିଲ ହୋଇଥିବା ଆଉ ଜଣେ ମହିଳା ମଧ୍ୟ ଏକ ଭିଡିଓ ଜାରି କରି ଏହି ଘଟଣା ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି। ତା’ସହିତ ଆଉ କେବେ ବି ଜାଭେଦଙ୍କ ଠାରେ ଚୁଟି କଟାଇବେ ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ବର୍ଗରୁ ସମାଲୋଚନାର ଶିକାର ହେବା ପରେ ଜାଭେଦ ଏକ ଭିଡିଓ ଜାରି କରି ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos