ଚିନି ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ମୃତ

ନାଗୁପର: ମହାରାଷ୍ଟ୍ରର ନାଗପୁରରେ ଥିବା ଗୋଟିଏ ଚିନି କଳ ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମାନସ ଆଗ୍ରୋ ଇଣ୍ଡଷ୍ଟ୍ରୀ ଆଣ୍ଡ ଇନଫ୍ରାଷ୍ଟ୍ରକ ଲିଃ ଦ୍ୱାରା ଏହା ପରିଚାଳିତ ହେଉଥିଲା। ଆଜି ଅପରାହ୍ନ ପ୍ରାୟ ୨.୧୫ରେ ବେଲା ଗାଁ ନିକଟରେ ଥିବା ବାଓଗ୍ୟାସ ନିକଟରେ ଥିବା ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୱାଡଗାଁର ୫ ଜଣ ଶ୍ରିମକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିବା ସଚିନ ୱାଘମାରେ ୱେଲଡର […]

tf

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 07:37 PM IST

ନାଗୁପର: ମହାରାଷ୍ଟ୍ରର ନାଗପୁରରେ ଥିବା ଗୋଟିଏ ଚିନି କଳ ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମାନସ ଆଗ୍ରୋ ଇଣ୍ଡଷ୍ଟ୍ରୀ ଆଣ୍ଡ ଇନଫ୍ରାଷ୍ଟ୍ରକ ଲିଃ ଦ୍ୱାରା ଏହା ପରିଚାଳିତ ହେଉଥିଲା।

ଆଜି ଅପରାହ୍ନ ପ୍ରାୟ ୨.୧୫ରେ ବେଲା ଗାଁ ନିକଟରେ ଥିବା ବାଓଗ୍ୟାସ ନିକଟରେ ଥିବା ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୱାଡଗାଁର ୫ ଜଣ ଶ୍ରିମକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିବା ସଚିନ ୱାଘମାରେ ୱେଲଡର ଭାବେ କାମ କରୁଥିବା ବେଳେ ଅନ୍ୟମାନେ ସେଠାରେ ହେଲପର ଦାୟିତ୍ୱରେ ଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଧମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ କାରଣ ଖୋଜିବାକୁ ଏକ ଟିମ ଗଠନ କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Related story