କଠୋର ହେଲା କେନ୍ଦ୍ର : ଜେଏନୟୁ ସମେତ ଦେଶର ୧୦୦ଟି ଅନୁଷ୍ଠାନକୁ ବିଦେଶ ପାଣ୍ଠି ବନ୍ଦ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ତଥା ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟ (ଜବାହରଲାଲ ନେହେରୁ ) ଜେଏନୟୁ ସମେତ ୧୦୦ଟି ବଡ଼ ବଡ଼ ଅନୁଷ୍ଠାନକୁ କେନ୍ଦ୍ର ସରକାରଙ୍କ  ଝଟକା। ଏସବୁ ଅନୁଷ୍ଠାନକୁ ମିଳୁଥିବା ବିଦେଶ ପାଣ୍ଠି ଉପରେ କେନ୍ଦ୍ର ସରକାର ରୋକ୍‌ ଲାଗାଇଛନ୍ତି।  ଏହି ଅନୁଷ୍ଠାନ ଗୁଡ଼ିକୁ ବିଦେଶ ପାଣ୍ଠି ମିଳିବା ନେଇ ଯେଉଁ ଲାଇସେନ୍ସ ମିଳିଥିଲା ତାହାକୁ ରଦ୍ଦ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ।  ତେବେ ଏହି ତାଲିକାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ), ଆଇଆଇଟି ଦିଲ୍ଲୀ, ଇଣ୍ଡିଆନ କାଉନ୍‌ସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ(ଆଇସିଏଆର) […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 04:28 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ତଥା ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟ (ଜବାହରଲାଲ ନେହେରୁ ) ଜେଏନୟୁ ସମେତ ୧୦୦ଟି ବଡ଼ ବଡ଼ ଅନୁଷ୍ଠାନକୁ କେନ୍ଦ୍ର ସରକାରଙ୍କ  ଝଟକା। ଏସବୁ ଅନୁଷ୍ଠାନକୁ ମିଳୁଥିବା ବିଦେଶ ପାଣ୍ଠି ଉପରେ କେନ୍ଦ୍ର ସରକାର ରୋକ୍‌ ଲାଗାଇଛନ୍ତି।  ଏହି ଅନୁଷ୍ଠାନ ଗୁଡ଼ିକୁ ବିଦେଶ ପାଣ୍ଠି ମିଳିବା ନେଇ ଯେଉଁ ଲାଇସେନ୍ସ ମିଳିଥିଲା ତାହାକୁ ରଦ୍ଦ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ।  ତେବେ ଏହି ତାଲିକାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ), ଆଇଆଇଟି ଦିଲ୍ଲୀ, ଇଣ୍ଡିଆନ କାଉନ୍‌ସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ(ଆଇସିଏଆର) ଆଦି ଶିକ୍ଷାନୁଷ୍ଠାନ କରିଛି।  ଗତ ୫  ବର୍ଷ ହେବ (୨୦୧୦-୧୫)ମିଳିଥିବା ପାଣ୍ଠିର ଖର୍ଚ୍ଚର ହିସାବ ପୈଠ କରି ନ ଥିବାରୁ ଏଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଦେଶ ଅନୁଦାନ ରେଗୁଲେସନ ଆକ୍ଟ,୨୦୧୦(ଏଫସିଆରଏ) ଅନୁଯାୟୀ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ଲାଇସେନ୍ସ ବାତିଲ କରାଯାଛି। କୌଣସି ଅନୁଷ୍ଠାନ  ବିଦେଶ ଅନୁଦାନ ପାଇବାକୁ ହେଲେ ଏଫସିଆରଏ ଅନୁଯାୟୀ ପଞ୍ଜିକରଣ କରିବା ବାଧ୍ୟତାମୂଳକ। ସେହିପରି ବିଦେଶ ଅନୁଦାନ ପାଉଥିବା ଅନୁଷ୍ଠାନ ଗୁଡ଼ିକର ବାର୍ଷିକ ଆୟ ବ୍ୟୟ ସମ୍ପର୍କରେ ସବିଶେଷ ତଥ୍ୟ ଗୃହମନ୍ତ୍ରଣାଳୟ ନିକଟରେ ପୈଠ କରିବା କଥ। ହେଲେ ଲଗାତାର ୫ ବର୍ଷ ହେବ ପ୍ରାୟ ୧୦୦ଟି ଅନୁଷ୍ଠାନ ଏ ସମ୍ପର୍କରେ ତଥ୍ୟ ଦେଇ ନାହାନ୍ତି। ଏହି ଖିଲାପକାରୀ ତାଲିକାରେ ସୁପ୍ରିମକୋର୍ଟ ବାର ଆସୋସିଏସନ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ, ଇନ୍ଦିରାଗାନ୍ଧୀ ନ୍ୟାଶନାଲ ଓପନ ବିଶ୍ୱବିଦ୍ୟାଳୟ (ଇଗ୍ନୋ ) ଆଦି ଅନୁଷ୍ଠାନ ରହିଛି। ସେହିପରି ଦେଶର ୧.୨୨୨ଏନଜିଓକୁ ମଧ୍ୟ କେନ୍ଦ୍ର ସରକାର ତାଗିଦ୍‌ କରିଛନ୍ତି।  ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos