ସ୍କାନରରେ କିଷାନ ୟୁନିଅନ ଟଙ୍କା

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନରେ ବସିଥିବା ଭାରତୀୟ କିଷାନ ୟୁନିଅନର ଫଣ୍ଡ ଏବେ ସ୍କାନରରେ। ବିଦେଶୀ ଟଙ୍କା ଏହି ୟୁନିଅନରେ ପୁଞ୍ଜି ନିବେଶ କରିଥିବା ସୂଚନା ରହିଛି। ଏ ନେଇ ଭାରତୀୟ କିଷାନ ୟୁନିଅନ୍ (ଏକତା-ଉଗ୍ରହାଁ) ତଦନ୍ତ କରୁଥିବା ସୂଚନା ରହିଛି। କିଷାନ ୟୁନିଅନର ଏହି ଆକାଉଣ୍ଟ ପଞ୍ଜାବରେ ରହିଛି। ସଂଘର ସାଧାରଣ ସମ୍ପାଦକଙ୍କୁ ଫଣ୍ଡିଂ ବାବଦରେ ଅବଗତ କରାଯାଇଥିବା ସୂଚନା ରହିଛି। ବିଦେଶୀ ଟଙ୍କା କୌଣସି ଆକାଉଣ୍ଟକୁ ଆସିବାରେ କୌଣସି ଅସୁବିଧା ନାହିଁ। ଯଦି ଆସିବ ତାହେଲେ […]

bharatiya-kisan-union

bharatiya-kisan-union

Subhransu Sekhar
  • Published: Monday, 21 December 2020
  • Updated: 21 December 2020, 03:55 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନରେ ବସିଥିବା ଭାରତୀୟ କିଷାନ ୟୁନିଅନର ଫଣ୍ଡ ଏବେ ସ୍କାନରରେ। ବିଦେଶୀ ଟଙ୍କା ଏହି ୟୁନିଅନରେ ପୁଞ୍ଜି ନିବେଶ କରିଥିବା ସୂଚନା ରହିଛି। ଏ ନେଇ ଭାରତୀୟ କିଷାନ ୟୁନିଅନ୍ (ଏକତା-ଉଗ୍ରହାଁ) ତଦନ୍ତ କରୁଥିବା ସୂଚନା ରହିଛି। କିଷାନ ୟୁନିଅନର ଏହି ଆକାଉଣ୍ଟ ପଞ୍ଜାବରେ ରହିଛି। ସଂଘର ସାଧାରଣ ସମ୍ପାଦକଙ୍କୁ ଫଣ୍ଡିଂ ବାବଦରେ ଅବଗତ କରାଯାଇଥିବା ସୂଚନା ରହିଛି।

ବିଦେଶୀ ଟଙ୍କା କୌଣସି ଆକାଉଣ୍ଟକୁ ଆସିବାରେ କୌଣସି ଅସୁବିଧା ନାହିଁ। ଯଦି ଆସିବ ତାହେଲେ ଆରବିଆଇ ଗାଇଡ୍ ଲାଇନ୍ ଅନୁସାରେ ଆସିପାରିବ। ଏବେ ଭାରତୀୟ କିଷାନ ୟୁନିଅନ ଆଇନଜୀବୀଙ୍କ ସହ କଥା ହୋଇ ଜବାବ ଦେବାକୁ ପ୍ରସ୍ତୁତି କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଭାରତୀୟ କିଷାନ ୟୁନିଅନ୍ ଆନ୍ଦୋଳନ କରୁଛି। ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ କହିଥିଲେ ଚାଷୀ ନେତାଙ୍କୁ ଆୟକର ରେଡର ଧମକ ଦିଆଯାଉଥିବା ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos