ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶରେ ଦିଗବିଜୟ ସିଂହଙ୍କ ସରକାରରେ ମନ୍ତ୍ରୀ ଥିବା ଶିବ ନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ।
ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା ଚେହେରା। ମଧ୍ୟପ୍ରଦେଶର ଚାଁଚୌଡ ବିଧାନସଭାରୁ ସେ ଚାରିଥର ବିଧାୟକ ହୋଇଥିଲେ। ରାଜ୍ୟ ସରକାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ। ତାଙ୍କ ମର ଶରୀରକୁ ଚାଁଚୌଡ ଅଣାଯାଉଥିବା ସୂଚନା ରହିଛି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ। ମୀନାଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଶୋକ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ ।
National
ପରିବାର ସହ ଛୁଟି କାଟିବାକୁ ଗଲେ ଡାକ୍ତର, ଘରେ କଳାକନା ବୁଲାଇଲା ଚାକର
ନୂଆ ବର୍ଷ ପାଳିବାକୁ ନିଜ ପରିବାର ସହ ଯାଇଥିବା ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଚାକର । ସୁନା ଅଳଙ୍କାର ଓ ହୀରା ଖଚିତ ହାର ସହ ନଗଦ ଟଙ୍କା ମିଶାଇ ସମୁଦାୟ ସାଢେ ୮ ଲକ୍ଷ ଲୁଟିନେଲେ
National
ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର
ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।
National
ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...
ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।
National
ବର୍ଷର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।