ଭୋପାଲ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ଇନ୍ଦୋରର ଶାହ୍ନବାଜ ଖାନ୍, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ।
ସୂଚନା ଅନୁଯାୟୀ, ହୋଶଙ୍ଗାବାଦରେ ମେଜର ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ। ସେମାନେ ଏକ ସ୍ୱିଫ୍ଟ ଡିଜାୟର କାର୍ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ପ୍ରୟାସ କରିଥିଲେ। କାର୍ଟି ଦ୍ରୁତ ଗତିରେ ଥିବାରୁ ଓଭର୍ଟେକ୍ ବେଳେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ କାର୍ଟି ରାସ୍ତାକଡ଼ରେ ଥିବା ଏକ ଖାଲରେ ପଡ଼ି ଯାଇଥିଲା। କାର୍ଟି ପୂରା ଚୂରମାର ହୋଇଯାଇଛି।
ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।