୮ ପୁଲିସ୍‌ ସହିଦ ହେବା ପରଠୁ ବିକାଶ ଦୁବେର ଏନକାଉଣ୍ଟର: ଜାଣନ୍ତୁ ପୂରା ଘଟଣାକ୍ରମ

କାନପୁର: ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୟୀନରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି କାନପୁର ଠାରେ ପୁଲିସ୍ ଗୁଳିରେ ନିହତ ହୋଇଛି। ଜୁନ୍‌ ୩ରେ କାନପୁର ଶୁଟଆଉଟ ହୋଇଥିଲା। ଏଥିରେ ବିକାଶ ଓ ତା’ର ସହଯୋଗୀମାନେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ସେବେଠାରୁ ବିକାଶ ଫେରାର ଥିଲା। ପୁଲିସ ତା’କୁ ଖୋଜିବା ବେଳେ ତା’ର ୩ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ବିକାଶକୁ ବି […]

y

y

Hemant Lenka
  • Published: Friday, 10 July 2020
  • Updated: 10 July 2020, 01:31 PM IST

Sports

Latest News

କାନପୁର: ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୟୀନରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି କାନପୁର ଠାରେ ପୁଲିସ୍ ଗୁଳିରେ ନିହତ ହୋଇଛି। ଜୁନ୍‌ ୩ରେ କାନପୁର ଶୁଟଆଉଟ ହୋଇଥିଲା। ଏଥିରେ ବିକାଶ ଓ ତା’ର ସହଯୋଗୀମାନେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ସେବେଠାରୁ ବିକାଶ ଫେରାର ଥିଲା। ପୁଲିସ ତା’କୁ ଖୋଜିବା ବେଳେ ତା’ର ୩ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ବିକାଶକୁ ବି ପୁଲିସ୍‌ ଗୁଳି କରିବାର ଆଶଙ୍କା ଥିବାରୁ ସେ ଉତ୍ତର ପ୍ରଦେଶ ବଦଳରେ ମଧ୍ୟପ୍ରଦେଶ ଚାଲି ଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶରୁ ଆସିବାବେଳେ କାନପୁର ଠାରେ ତା’କୁ ଏନକାଉଣ୍ଟର କରାଯାଇଛି।

ତେବେ ପୂରା ଘଟଣାକ୍ରମ କେମିତି ଥିଲା ଜାଣନ୍ତୁ-

୧-ଜୁଲାଇ ୩: କାନପୁର ସ୍ଥିତ ଗାଁରେ ବିକାଶ ଓ ତା’ର ସହଯୋଗୀମାନଙ୍କୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରେ ଆକ୍ରମଣ ହୋଇଥିଲା। ବିକାଶ ଓ ତା’ର ସହଯୋଗୀମାନେ ଗୁଳି ଚଳାଇବାରୁ ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ। ତେବେ ବିକାଶ ଓ ତା’ର ସହଯୋଗୀମାନେ ଫେରାର ହୋଇଯାଇଥିଲେ।

୨-ଜୁଲାଇ ୪: ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ୍‌ ୨୫ଟି ଟିମ୍‌ ଗଠନ କରିଥିଲା। ସେହିପରି ୫୦୦ ମୋବାଇଲ ଫୋନକୁ ସ୍କାନ କରି ବିକାଶ ସମ୍ପର୍କରେ ସୂଚନା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା।

ପ୍ରାଥମିକ ଅବସ୍ଥାରେ ବିକାଶ ଦୁବେ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଥିଲା। ସେହିଦିନ ହିଁ ପୁଲିସ୍‌ର ରେଡ୍‌ ସମ୍ପର୍କରେ ବିକାଶକୁ ଆଗୁଆ ସତର୍କ କରାଇ ଦେଇଥିବା ଅଭିଯୋଗରେ ଚୌବେୟପୁର ପୁଲିସ୍‌ ଷ୍ଟେସନ ଅଫିସର ବିନୟ ତିୱାରୀ ନିଲମ୍ବିତ ହୋଇଥିଲେ।

୩- ଜଲାଇ ୫: ବିକାଶ ଦୁବେ ସରକାରୀ ଗାଡ଼ି ବ୍ୟବହାର କରି ବୁଲୁଥିବା ପୁଲିସ୍‌ କହିଥିଲା। ଲକ୍ଷ୍ନୌ ପୁଲିସ୍‌ ବିକାଶର ଭାଇ ଘରୁ ଉକ୍ତ ସରକାରୀ ଗାଡ଼ି ଠାବ କରିଥିଲା। ବିକାଶ ଏହି ଗାଡ଼ି ଜରିଆରେ ସବୁଆଡ଼େ ବୁଲି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ସରକାର ତା’ ସହ ଅଛନ୍ତି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥାଏ। ସେହିଦିନ ବିକାଶ ଦୁବେର ମା’ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ ମୋ ପୁଅକୁ ପୁଲିସ୍‌ ଗୁଳି କରି ମାରିଦେବା ଉଚିତ।

୪- ଜୁଲାଇ ୬: ବିକାଶ ଦୁବେର ସହଯୋଗୀ ଦୟା ଶଙ୍କର ଅଗ୍ନିହୋତ୍ରୀ ପୁଲିସ୍‌ ଆଗରେ ବଡ଼ ବୟାନ ଦେଇଥିଲା। ପୁଲିସ୍‌ ଟିମ୍‌ ବିକାଶକୁ ଧରିବା ପାଇଁ ବିକୁର ଗାଁରେ ପହଞ୍ଚିବା ପୂର୍ବରୁ ତା’ ପାଖକୁ ଫୋନ କଲ ଆସିଥିଲା। ଷ୍ଟେସନ ଅଫିସର ବିନୟ ତିୱାରୀ ହିଁ ଫୋନ କରି ତା’କୁ ସତର୍କ କରାଇଥିଲେ।

ଏଥିସହ ସେ ଲାଇନମ୍ୟାନକୁ ମଧ୍ୟ ବିଜୁଳି କାଟ କରିବାକୁ କହିଥିଲେ। ଘଟଣାକୁ ନେଇ ୩ ଜଣ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ ଓ ବିକାଶ ସମ୍ପର୍କରେ ସୂଚନା ଦେବା ପୁରସ୍କାର ରାଶିକୁ ଅଢ଼େଇ ଲକ୍ଷ କରାଯାଇଥିଲା।

୫-ଜୁଲାଇ ୭: ପୁଲିସ୍‌ ବିକାଶ ଦୁବେର ଜଣେ ସମ୍ପର୍କୀୟ, ପଡ଼ୋଶୀ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। କାନପୁର ଗ୍ୟାଙ୍ଗଷ୍ଟର ସହ ସମ୍ପର୍କ ରଖିଥିବା ଅଭିଯୋଗରେ ୨ଶହ ପୁଲିସ୍‌ଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା।

୬-ଜୁଲାଇ ୮: ବିକାଶ ଦୁବେ ପୁଲିସ୍‌କୁ ଚକମା ଦେଇ ଫରିଦାବାଦ ହୋଟେଲରୁ ଫେରାର ହୋଇଯାଇଥିଲା। ତେବେ ଏଠାରୁ ପୁଲିସ୍‌ ତା’ର ସହଯୋଗୀ ପ୍ରଭାତ ମିଶ୍ରାକୁ ଗିରଫ କରିଥିଲା। ସେହିପରି ଏନକାଉଣ୍ଟରରେ ପୁଲିସ୍‌ ବିକାଶର ସହଯୋଗୀ ତଥା ସମ୍ପର୍କୀୟ ଅମର ଦୁବେକୁ ଗୁଳି କରିଥିଲା। ବିକାଶ ମୁଣ୍ଡରେ ଲାଗିଥିବା ପୁରସ୍କାର ରାଶିକୁ ୫୦ ଲକ୍ଷ କରାଯାଇଥିଲା।

୭- ଜୁଲାଇ ୯: ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଳାକୁ ପୁଲିସ୍‌ ଏନକାଉଣ୍ଟ କରିଥିଲା। ଏହାର କିଛି ଘଣ୍ଟା ପରେ ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୁଲିସ୍‌ ଉଜ୍ଜୟୀନରୁ ଗିରଫ କରିଥିଲା।

୮-ଜୁଲାଇ ୧୦: ଉଜ୍ଜୟୀନରୁ କାନପୁର ଆସୁଥିବା ବେଳେ ବାରା ଅଞ୍ଚଳରେ ପୁଲିସ୍‌ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ ବିକାଶ ଫେରାର ହେବାକୁ ଯୋଜନା କରିଥିଲା। କିନ୍ତୁ ପୁଲିସ୍‌ ଗୁଳିରେ ସେ ନିହତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story