ପ୍ରଥମ ଓଡ଼ିଆ ଭାବେ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଜାତୀୟ ସ୍ତରରେ ମିଳିଛି ବଡ଼ ପଦବୀ। ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଜାନୁଆରୀ ୩୧ରେ ବର୍ତ୍ତମାନ ସେନା ବାହିନୀର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଅବସର ଗ୍ରହଣ କରିବେ। ଏହାପରେ ଜେନେରାଲ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ […]

ft

ft

Hemant Lenka
  • Published: Monday, 18 January 2021
  • Updated: 18 January 2021, 08:51 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଜାତୀୟ ସ୍ତରରେ ମିଳିଛି ବଡ଼ ପଦବୀ। ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଜାନୁଆରୀ ୩୧ରେ ବର୍ତ୍ତମାନ ସେନା ବାହିନୀର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଅବସର ଗ୍ରହଣ କରିବେ। ଏହାପରେ ଜେନେରାଲ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ରିପୋର୍ଟ ଅନୁସାରେ, ଜେନେରାଲ ମହାନ୍ତି ଦେଶର ୪୨ତମ ସେନା ଉପ ମୁଖ୍ୟ ହେବେ। ସେହିପରି ପ୍ରଥମ ଓଡ଼ିଆ ଅଫିସର ଭାବେ ସେ ଏହି ପଦବୀରେ ନିଯୁକ୍ତି ପାଇବେ। ଜେନେରାଲ ମହାନ୍ତିଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ। ଏହି ନୂଆ ନିଯୁକ୍ତି ସମ୍ପର୍କରେ ଖବର ମିଳିବା ପରେ କେବଳ ତାଙ୍କ ଗାଁରେ ନୁହେଁ ସମଗ୍ର ଓଡ଼ିଶାରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ପାକିସ୍ତାନ ଓ ଚାଇନା ସୀମାରେ ହୋଇଥିବା ଏକାଧିକ ଅପରେସନରେ ଜେନେରାଲ ମହାନ୍ତଙ୍କ ଅଭିଜ୍ଞତା ରହିଛି। ଆସାମରେ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ହୋଇଥିବା ଅପରେସନରେ ମଧ୍ୟ ସେ ସାମିଲ ହୋଇଥିଲେ। ସେ ଗୋଟିଏ ମଲ୍ଟିନ୍ୟାଶନାଲ ୟୁଏନ ବ୍ରିଗେଡର ନେତୃତ୍ୱ କଙ୍ଗୋରେ ନେଇଥିଲେ।

ଜେନେରାଲ ମହାନ୍ତିଙ୍କ ବାପା ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ମା’ ଏସଭିଏମ କଲେଜର ଓଡ଼ିଆ ପ୍ରଫେସର। ତାଙ୍କର ଜଣେ ଭାଇ କାଳି ପ୍ରସାଦ ମହାନ୍ତି ପାନିପତ ରିଫେନାରୀରେ କାମ କରୁଛନ୍ତି। ସେହିପରି ତାଙ୍କର ଆଉ ଜଣେ ଭାଇ ଦେବୀ ପ୍ରସାଦ ମହାନ୍ତି ପେଶାରେ ଓକିଲ।

ସେ ୫ମ ଶ୍ରେଣୀ ଯାଏ ବାଗାସାହି ୟୁପି ସ୍କୁଲରେ ପଢ଼ିଥିଲେ ଓ ପ୍ରଥମ ଓଡ଼ିଆ ଭାବେ ଡେରାଡୁନରେ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ଆଡମିସନ ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଯୋଗଦେଇଥିଲେ ଓ ରାଜପୁତ ରେଜିମେଣ୍ଟର ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତି ପାଇଥିଲେ।

ପ୍ରତିବର୍ଷ ଡିସେମ୍ବର ମାସରେ ଜେନେରାଲ ମହାନ୍ତି ନିଜ ଗାଁକୁ ଆସନ୍ତି। ଶେଷଥର ସିଏ ଗାଁକୁ ଆସିବା ବେଳେ ଶାରଳା ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story