‘ମୋଦି ଉପରେ ଅସନ୍ତୋଷ ଜାହିର କର, ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ି ନୁହେଁ’

ନୂଆଦିଲ୍ଲୀ: ମୋଦି ଉପରେ ରାଗ ଅଛି ଯଦି ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ। ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ। ଆପଣଙ୍କୁ ମୋଦି ଭଲ ଲାଗୁନି ଠିକ୍ ଅଛି, ହେଲେ ଦେଶର ସମ୍ପତ୍ତି ନଷ୍ଟ କର ନାହିଁ। ସିଏଏକୁ ନେଇ ସାରା ଦେଶରେ ହିଂସା ଜାରି ରହିଥିବାବେଳେ ଆନ୍ଦୋଳନକାରୀ ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଗରିକତା ସଂଶୋଧନ […]

MODI

MODI

Subhransu Sekhar
  • Published: Sunday, 22 December 2019
  • Updated: 22 December 2019, 03:18 PM IST

Sports

Latest News

ନୂଆଦିଲ୍ଲୀ: ମୋଦି ଉପରେ ରାଗ ଅଛି ଯଦି ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ। ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ। ଆପଣଙ୍କୁ ମୋଦି ଭଲ ଲାଗୁନି ଠିକ୍ ଅଛି, ହେଲେ ଦେଶର ସମ୍ପତ୍ତି ନଷ୍ଟ କର ନାହିଁ। ସିଏଏକୁ ନେଇ ସାରା ଦେଶରେ ହିଂସା ଜାରି ରହିଥିବାବେଳେ ଆନ୍ଦୋଳନକାରୀ ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନାଗରିକତା ସଂଶୋଧନ ଆଇନରେ ପରିଣତ ହେବା ପୂର୍ବରୁ ସଂସଦରେ ଉପସ୍ଥାପନ ହୋଇଥିଲା। ଏହି ସମୟରୁ ସାରା ଦେଶରେ ହିଂସା ପାଇଁ ଦାନା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଦେଶର ୧୩ଟି ସହରରେ ସିଏଏ ହିଂସା ଏବେ ଦେଖିବାକୁ ମିଳିଛି। ଆଜି ଦିଲ୍ଲୀରେ ରାମଲୀଳା ମଇଦାନରେ ଦିଲ୍ଲୀ ବିଜେପି ପକ୍ଷରୁ ଆୟୋଜିତ ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ସିଏଏକୁ ନେଇ ଚାଲିଥିବା ରାଜନୀତି ବାବଦରେ ମତ ରଖିଛନ୍ତି। ଏଥିସହ ରାଲିରେ ଉପସ୍ଥିତ ଥିବା ଲୋକଙ୍କ ଆଗରେ ବିରୋଧୀଙ୍କ ମିଛ ଏଜେଣ୍ଡାର ପୋଲ୍ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ।

ଉଦବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ‘ବିବିଧତାରେ ଏକତା, ଭାରତର ବିଶେଷତା’ ନାରା ଦେଇଛନ୍ତି। ଏହି ନାରାକୁ ରାଲିରେ ଉପସ୍ଥିତ ଥିବା ଲୋକଙ୍କୁ କହିବା ପାଇଁ ଆହ୍ୱାନ କରିଥିଲେ। ନାଗରିକତା ସଂଶୋଧନ ଆଇନ ଦେଶବାସୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ। ଏହି ଆଇନ ଗୃହୀତ ହେବା ପାଇଁ ସଂସଦରେ ଗୃହୀତ ହୋଇଛି। ସଂସଦ ଓ ସମ୍ବିଧାନକୁ ସମ୍ମାନ ଦେବାର ଆବଶ୍ୟକ ରହିଛି। ନାଗରିକତା ଆଇନକୁ ନେଇ କିଛି ଦଳ ହିଂସାର ରୂପ ଦେଇଛନ୍ତି। ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି। ଲୋକଙ୍କୁ ଧର୍ମ ନାମରେ ଉସକାଇ ନିଜର ସ୍ୱାର୍ଥ ଓ ରାଜନୀତିକ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମିଛ ଏଜେଣ୍ଡା ଚଳାଉଛନ୍ତି’।

‘ଆପଣମାନେ ଏମାନଙ୍କ କାନକୁହା କଥାରେ ପଡ଼ନ୍ତୁ ନାହିଁ। ନିଜ ରାଜନୀତିକ ଏଜେଣ୍ଡାକୁ ସଫଳ କରିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ଗୁଜବ ଖବର ଦେଉଛନ୍ତି। ନିଜ ସ୍ୱାର୍ଥ ପାଇଁ ଓ ରାଜନୀତିକ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଦେଶରେ କିଭଳି ଆନ୍ଦୋଳନ ଏବଂ ଗୁଜବ ଖବର ପ୍ରଚାର କରିହୁଏ ଏହି ସପ୍ତାହରେ ସାରା ଦେଶ ଦେଖିଛି। ଆମ ସରକାର ଯେତେବେଳେ ଆପଣମାନଙ୍କୁ ଉଜ୍ଜ୍ୱଳା କନେକସନ ଦେଇଥିଲା ସେତେବେଳେ ଧର୍ମକୁ ଆଧାର କରିଥିଲା କି? ଯେତେବେଳେ ଆମ ସରକାର କୌଣସି ଧର୍ମ ନଦେଖି ନିଜ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି ସେତେବେଳେ ଆମ ସରକାର ବିରୋଧରେ ମିଛ ଅଭିଯୋଗ ଲଗାଯାଉଛି। ଧର୍ମକୁ ଆଧାର କରି ମୁସଲମାନଙ୍କୁ ଉସକାଯାଉଛି’।

‘ଏଭଳି ଲୋକ ହିଂସା ଘଟଣା ଘଟାଇ ସାରା ଦୁନିଆରେ ଭାରତକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି। ଦେଶରେ ଅରାଜକତା ବ୍ୟାପୁ ବୋଲି ଏଭଳି ବ୍ୟକ୍ତି ଚାହୁଁଛନ୍ତି। ଦେଶର ଜନତା ମୋଦିକୁ ଦ୍ୱିତୀୟ ଥର ପାଇଁ ସରକାରରେ ବସାଇଛନ୍ତି। ନିଜ ହାରିବାର ପଶ୍ଚତାପ ସୁଝାଇବାକୁ ଯାଇ ଏଭଳି କରୁଛନ୍ତି। ଯଦି ମୋଦିକୁ ଘୃଣା କରୁଛ ତା’ହେଲେ ତାର କୁଶପୁତଳିକା ଦାହ କର ଚପଲ ମାର। ହେଲେ ଗରିବ ଲୋକଙ୍କ ଘର କି ଯାନବାହନ ନୁହଁ। ବିରୋଧୀ ଲୋକଙ୍କୁ ବୁଝାଇବାର ଆବଶ୍ୟକ ରହିଛି ଆଇନ ବାବଦରେ। ଯଦି ନିରବ ରହୁଛି ତା’ହେଲେ ବିରୋଧୀ ହିଂସାକୁ ପ୍ରଶୟ ଦେଉଛନ୍ତି’।

ପୁଲିସ ଉପରେ ହୋଇଥିବା ଆକ୍ରମଣକୁ ଏହି ଅବସରରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଖରା, ବର୍ଷା ହେଉକି ଶୀତ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ଆଗେଇ ଆସୁଥିବାବେଳେ ସେହି ପୁଲିସ ଉପରକୁ ଆକ୍ରମଣ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।

ନାଗରିକତା ଆଇନ ଭଳି ଏନଆରସିକୁ ନେଇ ଗୁଜବ ଖବର ପ୍ରଚାର କରାଯାଉଛି। ଏନଆରସି ସଂସଦରେ ଉପସ୍ଥାପନ ହୋଇ ନାହିଁ। ହେଲେ ବିରୋଧୀ ଛୋଟ ଛୁଆଙ୍କ ଭଳି ହେଉଛନ୍ତି। ଅର୍ବାନ୍ ନକ୍ସଲ ମାନେ ଲୋକଙ୍କୁ ଡ଼ରାଉଛନ୍ତି ବୋଲି ମୋଦି କହିଛନ୍ତି। ସିଏଏକୁ ନେଇ କୌଣସି ଭାରତୀୟ ଭୟ କରିବାର ଆବଶ୍ୟକ ନାହିଁ। କଂଗ୍ରେସ ସରକାର ବେଳେ ଏହି ନାଗରିକତା ସଂଶୋଧନ ହେବ ବୋଲି ଅନୁମୋଦନ ହୋଇଥିଲା। ସେତେବେଳେ ଏହାକୁ କାହିଁକି ବିରୋଧ ହେଲା ନାହିଁ? ଆଜି କାଗଜ କଲମ, ସାର୍ଟିଫିକେଟ ଆଧାରରେ ମୁସଲିମ ଲୋକଙ୍କୁ ଭୟଭୀତ କରାଯାଉଛି। ମନମୋହନ ସିଂହ, ଅଶୋକ ଗେହଲଟଙ୍କ ଭଳି କଂଗ୍ରେସ ନେତା ବାଂଲାଦେଶ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯାଉ ବୋଲି କହିଥିବା ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story