ଗିରଫ ଆଇଏସ୍‌ ଆତଙ୍କୀଙ୍କ ଟାର୍ଗେଟ୍‌ରେ ଥିଲା ହରିଦ୍ୱାର ଅର୍ଦ୍ଧକୁମ୍ଭ ମେଳା

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଟାର୍ଗେଟ୍‌ରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା ଅର୍ଦ୍ଧକୁମ୍ଭ ମେଳା ରହିଥିବା  ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୂଚନା ଦେଇଛି। ଆଇଏସ୍‌ର ୬ ସନ୍ଦିଗ୍ଧ ଆତଙ୍କୀ ଅର୍ଦ୍ଧକୁମ୍ଭ ମେଳା ଅବସରରେ ହରିଦ୍ୱାରରେ ଆଇଇଡି ବିସ୍ଫୋରଣ କରି ଆତଙ୍କ ମଚାଇବାକୁ ଯୋଜନା କରିଥିଲେ ପଟିୟାଲା ହାଉସ୍‌ କୋର୍ଟରେ ଏନ୍‌ଆଇଏ ସୂଚନା ଦେଇଛି। ଏନ୍‌ଆଇଏର ଏହି ଅଭିଯୋଗ ପତ୍ରକୁ ବିଚାର କରିବା ପାଇଁ କୋର୍ଟ  ୨୫ ଅଗଷ୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏନ୍‌ଆଇଏ ଅଖଳାକୁର ରହମାନ୍, ମହମ୍ମଦ […]

isis

isis

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 03:45 PM IST

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଟାର୍ଗେଟ୍‌ରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା ଅର୍ଦ୍ଧକୁମ୍ଭ ମେଳା ରହିଥିବା  ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୂଚନା ଦେଇଛି। ଆଇଏସ୍‌ର ୬ ସନ୍ଦିଗ୍ଧ ଆତଙ୍କୀ ଅର୍ଦ୍ଧକୁମ୍ଭ ମେଳା ଅବସରରେ ହରିଦ୍ୱାରରେ ଆଇଇଡି ବିସ୍ଫୋରଣ କରି ଆତଙ୍କ ମଚାଇବାକୁ ଯୋଜନା କରିଥିଲେ ପଟିୟାଲା ହାଉସ୍‌ କୋର୍ଟରେ ଏନ୍‌ଆଇଏ ସୂଚନା ଦେଇଛି। ଏନ୍‌ଆଇଏର ଏହି ଅଭିଯୋଗ ପତ୍ରକୁ ବିଚାର କରିବା ପାଇଁ କୋର୍ଟ  ୨୫ ଅଗଷ୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଏନ୍‌ଆଇଏ ଅଖଳାକୁର ରହମାନ୍, ମହମ୍ମଦ ଅଜିମୁଶାନ, ମହମ୍ମଦ ମେରାଜ, ମହମ୍ମଦ ଓସାମା, ମୋହସିନ୍ ଇବ୍ରାହିମ୍‌ ସୟଦ୍‌ ଓ ୟୁସୁଫ୍‌ ଉଲାହିନ୍ଦ୍ ବିରୋଧରେ ଅପରାଧିକ ଷଡଯନ୍ତ୍ର  ଓ ବେଆଇନ ଗତିବିଧି ଅଧିନିୟମ ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଛି।  ଏହି ମାମଲାରେ ୫ ଅଭିଯୁକ୍ତ ନ୍ୟାୟିକ କବ୍‌ଜାରେ ଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର୍‌ ରହିଛି।

 ସୂଚନାଯୋଗ୍ୟ,  ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ୧୮ ଜାନୁଆରୀରେ ଏହି ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ମାମଲା ଏନ୍‌ଆଇଏକୁ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos