କରୋନା ପାଇଁ ୩୦ ଟଙ୍କାରେ ଚିକେନ୍‌ ଆଇଟମ୍‌

ଗୋରଖପୁର: କରୋନା ଭାଇରସ୍‌ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍‌ପ୍ରେମୀମାନଙ୍କୁ ଏହା ବେଶ୍‌ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍‌ ଆଇଟମ୍‌ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି। ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍‌ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍‌ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍‌ ଦରରେ ବିଭିନ୍ନ ଚିକେନ୍‌ ଆଇଟମ୍‌ ମିଳୁଥିଲା। ଏହି […]

chicken

chicken

Subrat Kumar Nayak
  • Published: Sunday, 01 March 2020
  • Updated: 01 March 2020, 06:16 PM IST

Sports

Latest News

ଗୋରଖପୁର: କରୋନା ଭାଇରସ୍‌ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍‌ପ୍ରେମୀମାନଙ୍କୁ ଏହା ବେଶ୍‌ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍‌ ଆଇଟମ୍‌ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି।

ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍‌ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍‌ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍‌ ଦରରେ ବିଭିନ୍ନ ଚିକେନ୍‌ ଆଇଟମ୍‌ ମିଳୁଥିଲା।

ଏହି ଆସୋସିଏସନ୍‌ର ଅଧ୍ୟକ୍ଷ ବିନୀତ ସିଂହ କହିବା ଅନୁଯାୟୀ, ଗତ ମାସେ ହେବ କରୋନା ଭାଇରସ୍‌ର ଭୟ କାରଣରୁ ଲୋକେ ଚିକେନ୍‌ ଖାଉନାହାନ୍ତି। ତେଣୁ ଲୋକଙ୍କୁ ଏକ ମେଳା ଆୟୋଜନ କରି ଚିକେନ୍‌ ଖାଇବାକୁ ଡକା ହୋଇଥିଲା।

ସେମାନଙ୍କୁ ସଚେତନ କରି କୁହାଯାଇଥିଲା, କୁକୁଡ଼ା ମାଂସ, ମଟନ୍‌ ବା ମାଛ ଖାଇଲେ କରୋନା ଭୂତାଣୁ ଛୁଇଁବନି। ଏଥିପାଇଁ ୧ ହଜାର କିଲୋ କୁକୁଡ଼ା ରନ୍ଧା ଯାଇଥିଲା। ଲୋକେ ପୁରା ହାଣ୍ଡି ଖାଲି କରିଦେଇଥିବା ସେ କହିଛନ୍ତି। ଗୋରଖପୁର ରେଳ ଷ୍ଟେସନ୍‌ ସାମ୍ନାରେ ଏଭଳି ଅଭିନବ ମେଳା ଆୟୋଜନ କରାଯାଇଥିଲା। ଏଠାକାର ରାସ୍ତା ମେଳା ପାଇଁ ବେଶ କିଛି ସମୟ ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos