୧୫ରୁ ଖୋଲିବ ସ୍କୁଲ, କଲେଜ, ଜାଣନ୍ତୁ କ’ଣ ରହିଛି ସର୍ତ୍ତାବଳୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର କୋପ ଥମିବା ନାଁ ନେଉ ନ ଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ହୋଇ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ ମାର୍ଚ୍ଚ  ମାସରୁ ବନ୍ଦ ହୋଇଥିବା ସ୍କୁଲ, କଲେଜକୁ ଆସନ୍ତା ୧୫ରୁ  ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି । ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ବିଚାର […]

school

school

Niharika Rout
  • Published: Tuesday, 06 October 2020
  • Updated: 06 October 2020, 10:00 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର କୋପ ଥମିବା ନାଁ ନେଉ ନ ଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ହୋଇ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ।

ଗତ ମାର୍ଚ୍ଚ  ମାସରୁ ବନ୍ଦ ହୋଇଥିବା ସ୍କୁଲ, କଲେଜକୁ ଆସନ୍ତା ୧୫ରୁ  ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି । ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ସ୍କୁଲ କଲେଜ ଖୋଲିବ  ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ଜାଣନ୍ତୁ କ’ଣ ରହିଛି ନୂଆ ନିୟମାବଳୀ 

  • ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ।  ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ କରାଯିବ ।  ପିଲାମାନେ ଅନ୍‌ଲାଇନ୍‌ କ୍ଲାସ ମଧ୍ୟ କରିପାରିବେ । ଯେଉଁମାନେ ଅନ୍‌ଲାଇନ୍‌ କ୍ଲାସ ପାଇଁ ଇଚ୍ଛୁକ ହେବେ, ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ନିୟମାବଳୀରେ ଉଲ୍ଲେଖ  ରହିଛି ।
  • ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରେଣୀଗୃହ ଓ ପାଠ୍ୟ ଉପକରଣକୁ ଉପଯୁକ୍ତ ଭାବେ ବିଶୋଧନକରଣ କରିବେ। ସ୍ୱାସ୍ଥ୍ୟ ଓ ଜରୁରୀ ସ୍ଥିତିରେ ପଦକ୍ଷେପ ନେବା ଲାଗି ସ୍କୁଲଗୁଡ଼ିକ ଟାସ୍କ ଫୋର୍ସ ଗଠନ କରିବେ । ଶ୍ରେଣୀଗୃହରେ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରାଧାନ୍ୟ ଦେବେ।
  • ଏଭଳି ପରିସ୍ଥିତିରେ କଣ କଣ ପଢ଼ାଯାଇ ପାରିବ ସେନେଇ ସ୍କୁଲମାନେ  ବିସ୍ତୃତ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବେ।
  • କରୋନା ମହାମାରୀ ସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଲାଗି କେନ୍ଦ୍ର ସରକାର ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos