IAS ବାବୁଙ୍କ ଗ୍ରୁପ୍‌ରେ ବୁଲିଲା ବ୍ଲୁ-ଭିଡିଓ, ପୋଷ୍ଟ କଲା କିଏ ?

ଗାନ୍ଧିନଗର: କରୋନା ବିରୋଧୀ ଲଢେଇରେ ପ୍ରଶାସନିକ ଅଧିକାରୀଙ୍କ ମୁଖ୍ୟ ଭୂମିକା ଥିବା ବେଳେ ଗୁଜରାଟରୁ ଏକ ଚର୍ଚ୍ଚିତ ଖବର ଆସିଛି। ନିକଟରେ ଗୁଜରାଟରେ ଚାକିରିରୁ ଅବସର ନେଇଥିବା ଜଣେ ଆଇଏଏସ୍ ଅଫିସର ତାଙ୍କ ନିଜର କିଛି ନ୍ୟୁଡ୍‌ ଫଟୋକୁ ଆଇଏଏସଙ୍କ ପାଇଁ ଗଠିତ ହୋଇଥିବା ହ୍ୱାଟ୍‌ସଆପ୍‌ ଗ୍ରୁପରେ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ ସହ ଜଣେ ମହିଳା ଆପତ୍ତିଜନକ ଅବସ୍ଥାରେ ମଧ୍ୟ ଅଛନ୍ତି। ସମ୍ପୃକ୍ତ ମହିଳା ଜଣକ ମଧ୍ୟ ପୂର୍ବତନ ଆଇଏଏସ ଅଧିକାରୀ ବୋଲି କୁହାଯାଉଛି। ଏଥିସହ […]

n-7690

n-7690

Tapas Behera
  • Published: Saturday, 16 May 2020
  • Updated: 16 May 2020, 05:39 PM IST

Sports

Latest News

ଗାନ୍ଧିନଗର: କରୋନା ବିରୋଧୀ ଲଢେଇରେ ପ୍ରଶାସନିକ ଅଧିକାରୀଙ୍କ ମୁଖ୍ୟ ଭୂମିକା ଥିବା ବେଳେ ଗୁଜରାଟରୁ ଏକ ଚର୍ଚ୍ଚିତ ଖବର ଆସିଛି। ନିକଟରେ ଗୁଜରାଟରେ ଚାକିରିରୁ ଅବସର ନେଇଥିବା ଜଣେ ଆଇଏଏସ୍ ଅଫିସର ତାଙ୍କ ନିଜର କିଛି ନ୍ୟୁଡ୍‌ ଫଟୋକୁ ଆଇଏଏସଙ୍କ ପାଇଁ ଗଠିତ ହୋଇଥିବା ହ୍ୱାଟ୍‌ସଆପ୍‌ ଗ୍ରୁପରେ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ ସହ ଜଣେ ମହିଳା ଆପତ୍ତିଜନକ ଅବସ୍ଥାରେ ମଧ୍ୟ ଅଛନ୍ତି। ସମ୍ପୃକ୍ତ ମହିଳା ଜଣକ ମଧ୍ୟ ପୂର୍ବତନ ଆଇଏଏସ ଅଧିକାରୀ ବୋଲି କୁହାଯାଉଛି। ଏଥିସହ ଗ୍ରୁପ୍‌ରେ କିଛି ଅଶ୍ଲୀଳ କଣ୍ଟେଣ୍ଟ ମଧ୍ୟ ପୋଷ୍ଟ ହୋଇଛି।

ଯାହାକୁ ନେଇ ଅମଲାତନ୍ତ୍ରୀମାନେ ଆଚମ୍ବିତ ହେବା ସହ ବିରକ୍ତି ପ୍ରକାଶ କରିଛନ୍ତି। ଏଭଳି ପୋଷ୍ଟକୁ ତୁରନ୍ତ ଡିଲିଟ୍‌ ପାଇଁ ବହୁ ଅଫିସର ଦାବି କରିବା ସହ ଏଭଳି ଏକ ଅସଭ୍ୟ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ତେବେ ଏହି ଅଭିଯୋଗ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଶୁକ୍ରବାର ସୁଦ୍ଧା ଏ ସମ୍ପର୍କିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଣେ ଆଇଏସ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଗ୍ରପଟି କେବଳ ଅଫିସିଆଲ ବ୍ୟବହାର ପାଇଁ ଉର୍ଦ୍ଦିଷ୍ଟ ଥିଲା।

କେବଳ ଦରକାରୀ ତଥା ଜନତାଙ୍କ ସେବା ଉର୍ଦ୍ଦିଷ୍ଟ ତଥ୍ୟ ସେୟାର ପାଇଁ ଏହି ଗ୍ରୁପ୍‌ର ମୁଖ୍ୟ ଲକ୍ଷ୍ୟ। ହେଲେ ଗ୍ରୁପ୍‌ରେ ଅଶ୍ଲୀଳ ଫଟୋ ପୋଷ୍ଟକୁ ନେଇ ଅନେକ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଏମିତିକି ଗ୍ରୁପ୍‌ରେ ଥିବା ମହିଳା ଅଫିସରମାନେ ଏହାକୁ ବିରୋଧ କରିବା ସହ ଏଭଳି ଆଚରଣ ଅଗ୍ରହଣୀୟ ବୋଲି କହିଛନ୍ତି। ଗୁଜରାଟ ସଚିବାଳୟରେ ଏହି ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos