ଝାଡ଼ଖଣ୍ଡରେ ଦୁଇ ଯା’ଙ୍କ ମଧ୍ୟରେ ଆର୍ ପାରର ଲଢ଼େଇ

ରାଞ୍ଚି: ଝାଡ଼ଖଣ୍ଡରେ ଆଉ କୌଣସି ଚମତ୍କାର ହେବନି। ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ତାହାକୁ ବିଜେପି ସ୍ୱାଗତ କରୁଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ରାଜ୍ୟରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି। ତେବେ ନିର୍ବାଚନ କମିଶନଙ୍କ ତରଫରୁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ। ତେବେ ଭୋଟ ଗଣତି ବେଳେ ଝରିଆ ଆସନକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି। କାରଣ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯା’। ବିଜେପିରୁ ସାନ […]

ragini-singh PURNIMA SINGHA

Subhransu Sekhar
  • Published: Monday, 23 December 2019
  • , Updated: 23 December 2019, 05:18 PM IST

ରାଞ୍ଚି: ଝାଡ଼ଖଣ୍ଡରେ ଆଉ କୌଣସି ଚମତ୍କାର ହେବନି। ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛନ୍ତି ତାହାକୁ ବିଜେପି ସ୍ୱାଗତ କରୁଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ରାଜ୍ୟରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି। ତେବେ ନିର୍ବାଚନ କମିଶନଙ୍କ ତରଫରୁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ।

ତେବେ ଭୋଟ ଗଣତି ବେଳେ ଝରିଆ ଆସନକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି। କାରଣ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯା’। ବିଜେପିରୁ ସାନ ଯା’ ରାଗିଣୀ ସିଂହ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣିମା ସିଂହ। ଭୋଟ ଗଣତି ବେଳେ ଏହି ଦୁଇ ଯା’ଙ୍କ ଲଢ଼େଇ ମଧ୍ୟରେ ବଡ଼ ଯା’(କଂଗ୍ରେସ)ର ଆଗରେ ରହିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବଲିଉଡ ସିନେମା 'ଗ୍ୟାଙ୍ଗସ ଅଫ୍ ଓ୍ୱାସେପୁର'ରେ ରାମଧୀର ସିଂହଙ୍କ ରୋଲ୍ ଏହି ପରିବାରର ମୁଖିଆ ସୂର୍ଯ୍ୟଦେବ ସିଂହଙ୍କ ଜୀବନୀକୁ ନେଇ ଆଧାରିତ।

ଧାନବାଦର ଝରିଆ ବିଧାନସଭା ଆସନରେ ବାହୁବଳୀ ସୂର୍ଯ୍ୟଦେବ ସିଂହଙ୍କ ‘ସିଂହ ମିଶନ’ ପତିଆରା ରହିଥାଏ। ବର୍ତ୍ତମାନ ଏହି ଆସନରେ ବିଜେପି ବିଧାୟକ ସଞ୍ଜୀବ ସିଂହ ରହିଛନ୍ତି। ସଞ୍ଜୀବ ନିଜ କାକା ପୁଅ ନିରଜ ସିଂହଙ୍କୁ ହତ୍ୟା କରି ଜେଲରେ ଅଛନ୍ତି।

ବିଜେପି ଏହି ଆସନରେ ସଞ୍ଜୀବଙ୍କ ସ୍ତ୍ରୀ ରାଗିଣୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନୀରଜ ସିଂହଙ୍କ ସ୍ତ୍ରୀ ପୂର୍ଣ୍ଣିମାଙ୍କୁ ପ୍ରାର୍ଥୀ କରିଛି।

Related story