ମାନିଲେ ମନୋଜ: କହିଲେ ‘ହେଟ୍‌ ସ୍ପିଚ୍‌’ ଯୋଗୁ ହାରିଲୁ, କପିଲ ମିଶ୍ରାଙ୍କ ଭଳି ଲୋକଙ୍କୁ ହଟାଇବା ଉଚିତ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପୂରା ଶକ୍ତି ଲଗାଇଦେଇଥିବା ଭାରତୀୟ ଜନତା ପାର୍ଟିର ପରାଜୟ କାରଣ ନେଇ ଏହି ଦଳର ଦିଲ୍ଲୀ ୟୁନିଟ୍‌ ମୁଖ୍ୟ ମନୋଜ ତିୱାରୀ ମୁହଁ ଖୋଲିଛନ୍ତି। ଦଳ ‘ହେଟ୍‌ ସ୍ପିଚ୍‌’ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ହାରିଥିବା ମନୋଜ ସ୍ୱୀକାର କରିଛନ୍ତି। ଜାତୀୟ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ କାର୍ଯ୍ୟକ୍ରମରେ ସେ ବିଜେପି ହାରିବାର ବିଭିନ୍ନ କାରଣ ବାବଦରେ କହିଛନ୍ତି। ତେବେ ଏହା ମଧ୍ୟରେ ପ୍ରମୁଖ ଥିଲା ‘ହେଟ୍‌ ସ୍ପିଚ୍‌’। ସେ କେନ୍ଦ୍ରମନ୍ତ୍ରୀ […]

Manoj

Manoj

Subrat Kumar Nayak
  • Published: Sunday, 23 February 2020
  • Updated: 23 February 2020, 08:38 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପୂରା ଶକ୍ତି ଲଗାଇଦେଇଥିବା ଭାରତୀୟ ଜନତା ପାର୍ଟିର ପରାଜୟ କାରଣ ନେଇ ଏହି ଦଳର ଦିଲ୍ଲୀ ୟୁନିଟ୍‌ ମୁଖ୍ୟ ମନୋଜ ତିୱାରୀ ମୁହଁ ଖୋଲିଛନ୍ତି। ଦଳ ‘ହେଟ୍‌ ସ୍ପିଚ୍‌’ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ହାରିଥିବା ମନୋଜ ସ୍ୱୀକାର କରିଛନ୍ତି।

ଜାତୀୟ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ କାର୍ଯ୍ୟକ୍ରମରେ ସେ ବିଜେପି ହାରିବାର ବିଭିନ୍ନ କାରଣ ବାବଦରେ କହିଛନ୍ତି। ତେବେ ଏହା ମଧ୍ୟରେ ପ୍ରମୁଖ ଥିଲା ‘ହେଟ୍‌ ସ୍ପିଚ୍‌’। ସେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପରବେଶ ବର୍ମା, ପ୍ରକାଶ ଜାଭଡ଼େକର ଏବଂ ଯୋଗୀ ଆଦିତ୍ୟନାଥଆଦିଙ୍କ ବିବାଦୀୟ ମନ୍ତବ୍ୟ ବାବଦରେ ସେ କହିଥିଲେ।

ବିଜେପି ସାଂସଦ ପରବେଶ ବର୍ମା ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ କହିବା ଏବଂ ପ୍ରକାଶ ଜାଭଡ଼େକର ଏହାକୁ ସମର୍ଥନ ଦେବା ନେଇ ମନୋଜ ତିୱାରୀ କହିଥିଲେ, ଅବସର ଯାହାବି ହେଉ ଏହା ହେଟ୍‌ ସ୍ପିଚ୍‌ ଥିଲା। ଆମ ଦଳକୁ ସେଥିପାଇଁ ପରାଜୟର ସାମ୍ନା କରିବାକୁ ପଡ଼ିଲା। ସେ କହିଛନ୍ତି ଯେକେହି ହେଟ୍‌ ସ୍ପିଚ୍‌ ଦେଉଛି ସେହି ରାଜନେତା ଦଣ୍ଡ ପାଇବା ଦରକାର। ସିଏଏ ସମର୍ଥକ ରାଲିରେ, “ଦେଶକେ ଗଦାରୋଁ କୋ, ଗୋଲି ମାରୋ ଶାଲୋଁ କୋ” ନାରା ଦେଇଥିବା କପିଲ ମିଶ୍ରାଙ୍କ ବାବଦରେ ମଧ୍ୟ ସେ ସମାନ କଥା କହିଛନ୍ତି।

ସେ କହିଥିଲେ, “ମୁଁ ଚାହୁଁଛି ଯେଉଁମାନେ ଏଭଳି ହେଟ୍‌ସ୍ପିଚ୍‌ ଦେଉଛନ୍ତି ସେମାନଙ୍କୁ ସ୍ଥାୟୀ ଭାବେ ହଟାଯାଉ। ଆମକୁ ଏକ ବ୍ୟବସ୍ଥା କରିବାକୁ ହେବ ଯେଉଁଥିରେ ଏଭଳି ବିବାଦୀୟ ଭାଷଣ ଦେଉଥିବା ବ୍ୟକ୍ତି ନିଜ ଆଇନଗତ ଅଧିକାର ବା ନିର୍ବାଚନ ଲଢ଼ିବାର ଅଧିକାର ହରାଇବେ।”

ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନ କରିବା ମଧ୍ୟ ମହଙ୍ଗା ପଡ଼ିଥାଇପାରେ। ସୂଚନାଯୋଥଗ୍ୟ ଯେ, ଏହି ନିର୍ବାଚନରେ ଯଦିଓ ଗତଥରର ୩୨.୧୯% ଭୋଟ୍‌ ତୁଳନାରେ ଚଳିତ ଥର ବିଜେପି ୩୯% ଭୋଟ୍‌ ପାଇଛି ଏହା ଆସନ ସଂଖ୍ୟାରେ ବିଶେଷ ପରିବର୍ତ୍ତନ ଆଣିପାରିନି। ମୋଟ ୭୦ ଆସନରୁ ବିଜେପି ୮ଟିରେ ସନ୍ତୁଷ୍ଟ ରହିଥିବାବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ୬୨ଟି ଆସନରେ ଜିତିଯାଇଛି। କଂଗ୍ରେସ ଗତଥର ପରି ଏଥର ଖାତା ଖୋଲିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos