ପୀଡ଼ିତା ଅଣଦେଖା କରିବାରୁ ଅଭିଯୁକ୍ତ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲା

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍ ସାମ୍ନାକୁ ଆସିଛି। ପୀଡିତା ଜଣଙ୍କ ତାର ପ୍ରେମିକାକୁ ଅଣଦେଖା କରିଥିବାରୁ ମୁଖ୍ୟ ଅଭିଯୁକ୍ତ ନିରାଶ ହୋଇଥିଲା ବୋଲି ଜଣାପଡ଼ିଛି। ତେବେ ଗିରଫ ଅଭିଯୁକ୍ତ ଚାରିଜଣଙ୍କ ମଧ୍ୟରୁ ସନ୍ଦୀପ ପୀଡିତାଙ୍କ ସହ ସମ୍ପର୍କ ରଖିଥିଲା ବୋଲି ଜଣାପଡ଼ିଛି। ୧୭ ଅକ୍ଟୋବର ୨୦୧୯ରୁ ୩ ମାର୍ଚ୍ଚ ୨୦୨୦ ମଧ୍ୟରେ ସିବିଆଇ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡ ପାଇଛି। ଯାହାକି ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା […]

Hathras

Hathras

Subhransu Sekhar
  • Published: Monday, 21 December 2020
  • Updated: 21 December 2020, 10:31 PM IST

Sports

Latest News

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍ ସାମ୍ନାକୁ ଆସିଛି। ପୀଡିତା ଜଣଙ୍କ ତାର ପ୍ରେମିକାକୁ ଅଣଦେଖା କରିଥିବାରୁ ମୁଖ୍ୟ ଅଭିଯୁକ୍ତ ନିରାଶ ହୋଇଥିଲା ବୋଲି ଜଣାପଡ଼ିଛି। ତେବେ ଗିରଫ ଅଭିଯୁକ୍ତ ଚାରିଜଣଙ୍କ ମଧ୍ୟରୁ ସନ୍ଦୀପ ପୀଡିତାଙ୍କ ସହ ସମ୍ପର୍କ ରଖିଥିଲା ବୋଲି ଜଣାପଡ଼ିଛି। ୧୭ ଅକ୍ଟୋବର ୨୦୧୯ରୁ ୩ ମାର୍ଚ୍ଚ ୨୦୨୦ ମଧ୍ୟରେ ସିବିଆଇ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡ ପାଇଛି। ଯାହାକି ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରମାଣ ସବୁଠୁ ବଡ଼ ପ୍ରମାଣ।

ସାକ୍ଷୀମାନେ ସିବିଆଇକୁ କହିଛନ୍ତି ଯେ ପୀଡିତାଙ୍କ ପରିବାର ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ ସନ୍ଦୀପଙ୍କ ଘର ବାହାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ପରେ ସନ୍ଦୀପ ଏବଂ ପୀଡିତାଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା।

ଏହାପରେ ଅଭିଯୁକ୍ତ ସନ୍ଦୀପ ପୀଡିତାଙ୍କୁ ଅନ୍ୟ ମୋବାଇଲରୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ହେଲେ ସନ୍ଦୀପର ଫୋନ୍ କଲ ଉଠାଉ ନଥିଲେ ପୀଡ଼ିତା। ଆଉ ଏହି ପ୍ରେମ ସମ୍ପର୍କରେ ଆରମ୍ଭ ହୋଇଥିଲା ଓ୍ୱାନ୍ ସାଇଡ୍ ଟ୍ୱିଷ୍ଟ। ଫୋନ୍ ନଉଠାଇବାରୁ ସନ୍ଦୀପ ସନ୍ଦେହ କରିଥିଲା ଯେ ପୀଡିତା ଜଣଙ୍କ ବୋଧହୁଏ ତାଙ୍କ ବଡ଼ ଭଉଣୀର ସ୍ୱାମୀଙ୍କ ସହ ସମ୍ପର୍କ ରଖିଛି। ତେଣୁ ଫୋନ୍ ଉଠାଉ ନାହିଁ। ଏହାପରେ ଅଭିଯୁକ୍ତ ସନ୍ଦୀପ, ଲାଭକୁଶ, ରବି ଏବଂ ରାମୁ ବିଲକୁ ଯାଇଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସରେ ଏହି ଗଣ ଦୁଷ୍କର୍ମ ହୋଇଥିଲା। ଆଉ ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତାର ମୃତ୍ୟୁ ଘଟିଥିଲା। ୩୦ ସେପ୍ଟେମ୍ବର ରାତିରେ ତାଙ୍କ ଘର ନିକଟରେ ଶବଦାହ କରାଯାଇଥିଲା। ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos