ବଢ଼ିବ ତମାଖୁ ସେବନ ବୟସ ସୀମା

ନୂଆଦିଲ୍ଲୀ: ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ନିକଟରେ ଏନେଇ ବୈଠକ କରିଥିଲା। ଏଥିସହ କମିଟିର ବିଭିନ୍ନ ପ୍ରସ୍ତାବ ବାବଦରେ ମନ୍ତ୍ରଣାଳୟକୁ ଜଣାଇଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଗୋଲୋବାଲ ଆଡଲ୍ଟ ଟବାକୋ ସର୍ଭେ ପକ୍ଷରୁ […]

Tobaco

Tobaco

Subrat Kumar Nayak
  • Published: Sunday, 23 February 2020
  • Updated: 23 February 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ନିକଟରେ ଏନେଇ ବୈଠକ କରିଥିଲା। ଏଥିସହ କମିଟିର ବିଭିନ୍ନ ପ୍ରସ୍ତାବ ବାବଦରେ ମନ୍ତ୍ରଣାଳୟକୁ ଜଣାଇଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

ଗୋଲୋବାଲ ଆଡଲ୍ଟ ଟବାକୋ ସର୍ଭେ ପକ୍ଷରୁ କୁହାଯାଇଛି, “ସାଧାରଣତଃ କିଶୋର ବୟସରେ ଧୂମ୍ରପାନ ଆରମ୍ଭ ହୋଇଥାଏ। ୧୮ରୁ ୨୧ ବର୍ଷର ଯୁବକ ମାନେ ଚାପଗ୍ରସ୍ତ ହେବା କାରଣରୁ ବା ଫ୍ୟାଶନ୍‌ କାରଣରୁ ଧୂମ୍ରପାନ କରୁଥିବାରୁ ସେମାନେ ସିଗାରେଟ୍‌ କମ୍ପାନୀଙ୍କ ଟାର୍ଗେଟ୍‌ ହଇଥା’ନ୍ତି।”

ଏହି ଅଧିକାରୀ ଜଣକ କହିଛନ୍ତି, ଏହି ନିଷ୍ପତ୍ତି ଫଳରେ କିଶୋର ବୟସରୁ ଧୂମ୍ରପାନ ବର୍ଷକୁ ବର୍ଷ ହ୍ରାସ ପାଇବ। ଏପରିକି ନୂଆ ନିୟମ ଅନୁଯାୟୀ, ବାପା ମା’ ମଧ୍ୟ ଏହି ବୟସର ପିଲାଙ୍କୁ ତମାଖୁ ପାଇଁ ଦୋକାନକୁ ପଠାଇପାରିବେ ନାହିଁ।

ସେହିଭଳି ଉତ୍ପାଦନ ଦିଗରୁ ଦେଖିଲେ, ସିଗାରେଟ୍‌ ପ୍ୟାକେଟ୍‌ରେ ବାରକୋଡ୍‌ ରହିବ। ଫଳରେ ପ୍ରବର୍ତ୍ତନ ସଂସ୍ଥା ଯାଞ୍ଚ କରିପାରିବେ, କମ୍ପାନୀ ପକ୍ଷରୁ ଟିକସ ଦିଆଯାଇଛି କି ନା। ଅନ୍ୟପକ୍ଷରେ କଟକଣା ଲାଗିଥିବା ସ୍ଥାନରେ ଜୋରିମାନା ବର୍ତ୍ତମାନ ୨୦୦ ଟଙ୍କା ରହିଛି, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବଢ଼ିବାର ଅଛି।

ତମାଖୁ ନିୟନ୍ତ୍ରଣ ଆଇନରେ ରହିଥିବା ବ୍ୟବସ୍ଥାକୁ ଏବେ କଡ଼ାକଡ଼ ଭାବେ ଲାଗୁ କରାଯିବ। ବର୍ତ୍ତମାନ ଏହି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା, ଶିକ୍ଷାନୁଷ୍ଠାନର ୧୦୦ ୟାର୍ଡ ପରିସୀମା ଭିତରେ ସିଗାରେଟ୍‌ ବିକ୍ରି କରିବା ଏବଂ ୧୮ ବର୍ଷରୁ କମ୍‌ ପିଲାଙ୍କୁ ତମାଖୁ ବିକ୍ରି କରିବା ଦଣ୍ଡନୀୟ।

ସର୍ଭେରୁ ଜଣାଯାଇଛି, ପୁରୁଷଙ୍କ ମଧୋୟରୁ ୧୯%, ମହିଳାଙ୍କ ମଧ୍ୟରୁ ୨% ଏବଂ ସମସ୍ତ ସାବାଳକଙ୍କ ମଧ୍ୟରୁ ୧୦.୭ ତମାଖୁ ସେବନ କରୁଛନ୍ତି। ଅନ୍ୟପକ୍ଷରେ ୨୯.୬% ପୁରୁଷ, ୧୨.୮% ମହିଳା ଏବଂ ୨୧.୪% ସାବାଳକ ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos