ନୂଆଦିଲ୍ଲୀ: ନିଜ ଦେଶରେ ଆକ୍ରମଣର ଶିକାର ହୋଇଛି ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟିଦ୍ ସଲ୍ଲାଉଦ୍ଦିନ୍। ମେ’ ୨୫ରେ ହିଜବୁଲ ମୁଖିଆ ଇସଲାମାବାଦରେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁସୁଫ ଓରଫ୍ ସୟିଦ୍ ସଲ୍ଲାଉଦ୍ଦିନର ପାକିସ୍ତାନରେ ୟୁନାଇଟେଡ ଜିହାଦ କାଉନସିଲ୍ ନାମରେ ଏକ ସଂଗଠନ ଚଳାଉଛି। ଆକ୍ରମଣ ବେଳେ ଉଭୟ ସୟିଦ୍ ଏବଂ ୟୁନାଇଟେଡ ଜିହାଦ କାଉନସିଲର ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏବେ ସମସ୍ତେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନାବଦ୍ଧ ଭାବରେ ସୟିଦ୍ ଓ ତା’ର ସଂଗଠନ ବିରୋଧରେ ଆକ୍ରମଣ କରିଥିବା ସୂଚନା ରହିଛି।
ଯଦିଓ ଉଭୟ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ହେଲେ ଗତବର୍ଷ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଇଏସଆଇ ଏବଂ ହିଜବୁଲ ମୁଖିଆ ମଧ୍ୟରେ ବିବାଦ ବଢ଼ିଥିବା ଜଣାପଡ଼ିଛି। ଏମିତିକି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ହିଜୁବଲକୁ ଆଉ ଆଇଏସଆଇ ସମର୍ଥନ କରୁନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।