ଏମ୍‌ସରେ ଚିକିତ୍ସିତ ହେଉଥିବା ଅମିତ ଶାହ ସୁସ୍ଥ ହେଲେ

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ଆଜି ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୋଷ୍ଟ କୋଭିଡ୍‌ କେୟାର ପାଇଁ ଅମିତ ଶାହ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ତାଙ୍କୁ ଡିସଚାର୍ଜ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅଗଷ୍ଟ […]

fd

fd

Hemant Lenka
  • Published: Saturday, 29 August 2020
  • Updated: 29 August 2020, 05:46 PM IST

Sports

Latest News

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ଆଜି ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୋଷ୍ଟ କୋଭିଡ୍‌ କେୟାର ପାଇଁ ଅମିତ ଶାହ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ତାଙ୍କୁ ଡିସଚାର୍ଜ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅଗଷ୍ଟ ୧୮ରେ ଅମିତ ଶାହ ଅସୁସ୍ଥ ହେବାରୁ ପୋଷ୍ଟ କୋଭିଡ କେୟାର ପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ଏମ୍ସରେ ଆଡମିଟ୍‌ ହୋଇଥିଲେ। ଏଠାରେ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା।

ଅଗଷ୍ଟ ୧୮ରେ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଶ୍ରୀ ଶାହ ଅଗଷ୍ଟ ୨ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୪ରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା।

ଏହାପରେ ସେ ଘରକୁ ଫେରିଥିଲେ। କିନ୍ତୁ ଅଗଷ୍ଟ ୧୮ରେ ସେ ଶରୀରରେ ଯନ୍ତ୍ରଣା ଓ ଥକାପଣ ଅନୁଭବ କରି ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ଏହି କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଭର୍ତ୍ତି ହୋଇଥିଲେ ହେଁ ସେଠାରେ ସେ ନିଜର ଅଫିସିଆଲ କାମ ଜାରି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos