'ଭାରତ ବନ୍ଦ' ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖରେ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଭାରତ ବନ୍ଦ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଶାନ୍ତିପୂର୍ଣ୍ଣ ଭାବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ ବନ୍ଦ ବେଳେ କୋଭିଡ୍-୧୯ ଗାଇଡଲାଇନ୍ […]

bharat1

bharat1

Ranjit Kumar Jena
  • Published: Monday, 07 December 2020
  • Updated: 07 December 2020, 08:21 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖରେ 'ଭାରତ ବନ୍ଦ' ଡାକରା ଦିଆଯାଇଛି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଭାରତ ବନ୍ଦ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଶାନ୍ତିପୂର୍ଣ୍ଣ ଭାବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ଏହାସହ ବନ୍ଦ ବେଳେ କୋଭିଡ୍-୧୯ ଗାଇଡଲାଇନ୍ ଓ ସାମାଜିକ ଦୂରତା ପାଳନ କରିବାକୁ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଏପରିକି ଭାରତ ବନ୍ଦ ବେଳେ ଶାନ୍ତି ଓ ଧୈର୍ଯ୍ୟ କାଏମ ରଖିବା ସହ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

ଏ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ ରେଡ୍ଡି କହିଛନ୍ତି, ଯଦି କୌଣସି ରାଜନୀତିକ ପାର୍ଟି 'ଭାରତ ବନ୍ଦ'କୁ ଗଣତାନ୍ତ୍ରିକ ଭାବେ ସମର୍ଥନ କରୁଛନ୍ତି, ତାହେଲେ ତାହା ଠିକ୍। କିନ୍ତୁ ଏଥିରେ ହିଂସା ପାଇଁ କୌଣସି ଜାଗା ନାହିଁ। କିଛି ରାଜନୀତିକ ପାର୍ଟି ଚାଷୀଙ୍କୁ ବଦନାମ କରିବାକୁ ପ୍ରୟାସ ଚଳାଇଛନ୍ତି। ତେଣୁ ମୁଁ ସମସ୍ତ ଚାଷୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏଭଳି ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ।

ସଂସଦର ମୌସୁମୀ ଅଧିବେଶନରେ ଅଣାଯାଇଥିବା ତିନି କୃଷି ଆଇନ୍ ବିରୋଧକୁ ବିରୋଧ କରି କୃଷି ସଂଗଠନ 'ଭାରତ ବନ୍ଦ'ର ଆହ୍ୱାନ ଦେଇଛି। ଏହାକୁ ଅନେକ ରାଜନୀତିକ ପାର୍ଟି ସମର୍ଥନ କରୁଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ଶିରୋମଣି ଅକାଳି ଦଳ, ଏନସିପି, ଶିବସେନା, ଡିଏମକେ, ଟିଆରଏସ୍, ଆରଜେଡି, ଆମ୍ ଆଦମୀ ପାର୍ଟି (ଆପ୍), ଜେଏମଏମ୍, ବାମ ଦଳ ବ୍ୟତୀତ ଜମ୍ମୁ ଓ କଶ୍ମୀରର ଗୁପକାର ମେଣ୍ଟ ଆଦି ଦଳ ଏହାକୁ ସମର୍ଥନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos