ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ: ଗୁରୁବାର ସିବଆଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ୧୬ ଲକ୍ଷ ଟଙ୍କା ଲାଞ୍ଚ ସହ ଗିରଫ କରାଯାଇଛି। ଜଣେ ବରିଷ୍ଠ ସିବିଆଇ ଅଧିକାରୀ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ସେକ୍ସନ୍‌ ଅଫିସର ଭାବେ କାର୍ଯ୍ୟରତ ଧୀରଜ କୁମାର ସିଂହଙ୍କୁ ୧୬ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ସହ ଆମେ ଗିରଫ କରିଛୁ।” ସିବିଆଇ ପକ୍ଷରୁ କୁହାଯାଇଛି, ଧୀରଜ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ଏକ ମାମଲାରେ ପ୍ରଭାବିତ କରିବା ସହ ସିବିଆଇର […]

home

home

Subrat Kumar Nayak
  • Published: Thursday, 12 September 2019
  • Updated: 12 September 2019, 06:43 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ସିବଆଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ୧୬ ଲକ୍ଷ ଟଙ୍କା ଲାଞ୍ଚ ସହ ଗିରଫ କରାଯାଇଛି।

ଜଣେ ବରିଷ୍ଠ ସିବିଆଇ ଅଧିକାରୀ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ସେକ୍ସନ୍‌ ଅଫିସର ଭାବେ କାର୍ଯ୍ୟରତ ଧୀରଜ କୁମାର ସିଂହଙ୍କୁ ୧୬ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ସହ ଆମେ ଗିରଫ କରିଛୁ।”

ସିବିଆଇ ପକ୍ଷରୁ କୁହାଯାଇଛି, ଧୀରଜ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ଏକ ମାମଲାରେ ପ୍ରଭାବିତ କରିବା ସହ ସିବିଆଇର ତଦନ୍ତକାରୀ ଅଧିକାରୀଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେବାର ଉଦ୍ୟମ କରୁଥିଲେ। କିନ୍ତୁ ପରେ ସେହି ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ଜଣାଇଦେଇଥିଲେ।

ଏହାପରେ ତାଙ୍କୁ ଧରାପକାଇବା ପାଇଁ ଜାଲ ବିଛାଯାଇଥିଲା। ପ୍ରଥମ କିସ୍ତି ବାବଦକୁ ୧୬ ଲକ୍ଷ ଟଙ୍କା କାରବାର ସମୟରେ ସେ ଧରାପଡ଼ିଯାଇଥିଲେ। ସିବିଆଇ ତାଙ୍କୁ ବର୍ତ୍ତମାନ ପଚରାଉଚରା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos