ଶିବସେନା ସହିତ କଂଗ୍ରେସର ମେଣ୍ଟ ଆଗକୁ କେମିତି ରହିବ?

ମୁମ୍ୱାଇ: ଶନିବାର ଶିବସେନା ମୁଖପାତ୍ର ‘ସାମ୍ନା’ ଜରିଆରେ ସମ୍ପାଦକୀୟ ଜରିଆରେ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲା। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଉଛ୍ୱସିତ ପ୍ରଶଂସା କରିଥିଲା। ଏବେ ଶିବସେନାକୁ କଡ଼ା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହ୍ୱାନ। ସେ କହିଛନ୍ତି ଶିବସେନା ସହିତ କଂଗ୍ରେସର ମେଣ୍ଟ ମହାରାଷ୍ଟ୍ର ଯାଏ। ୟୁପିଏ ନେତୃତ୍ୱ ଉପରେ ଶିବସେନା କୌଣସି ପ୍ରତିକ୍ରିୟା ନଦେବା ଠିକ୍ ହେବ। ରାଜ୍ୟରେ କିଛି ପ୍ରସଙ୍ଗକୁ ନେଇ […]

ashok sanjay

ashok sanjay

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 08:39 PM IST

Sports

Latest News

ମୁମ୍ୱାଇ: ଶନିବାର ଶିବସେନା ମୁଖପାତ୍ର ‘ସାମ୍ନା’ ଜରିଆରେ ସମ୍ପାଦକୀୟ ଜରିଆରେ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲା। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଉଛ୍ୱସିତ ପ୍ରଶଂସା କରିଥିଲା। ଏବେ ଶିବସେନାକୁ କଡ଼ା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହ୍ୱାନ।

ସେ କହିଛନ୍ତି ଶିବସେନା ସହିତ କଂଗ୍ରେସର ମେଣ୍ଟ ମହାରାଷ୍ଟ୍ର ଯାଏ। ୟୁପିଏ ନେତୃତ୍ୱ ଉପରେ ଶିବସେନା କୌଣସି ପ୍ରତିକ୍ରିୟା ନଦେବା ଠିକ୍ ହେବ। ରାଜ୍ୟରେ କିଛି ପ୍ରସଙ୍ଗକୁ ନେଇ ଶିବସେନା ସହିତ କଂଗ୍ରେସ ମେଣ୍ଟ କରିଛି। ଏହା ମହାରାଷ୍ଟ୍ର ଯାଏ ସୀମିତ।

ଶିବସେନା ସମ୍ପାଦକୀୟରେ ଶରଦ ପାଓ୍ୱାରଙ୍କୁ ୟୁପିଏର ଅଧ୍ୟକ୍ଷ ହେଲେ ବିଜେପି ବିରୋଧରେ ନିର୍ବାଚନ ଲଢ଼ି ହେବ ବୋଲି କହିଥିଲା। ଏବେ ଏହାର ଜବାବ ଦେଇ ଅଶୋକ କହିଛନ୍ତି, ଶରଦ ନିଜେ ଏଭଳି ଚର୍ଚ୍ଚାକୁ ଖାରଜ କରିଛନ୍ତି। ୟୁପିଏର ସହଯୋଗୀ ଦଳ ସୋନିଆଙ୍କ ନେତୃତ୍ୱକୁ ଭରସା କରନ୍ତି। ଏଭଳି ସ୍ଥିତିରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଶିବସେନା 'ସାମ୍ନା' ଜରିଆରେ କହିଥିଲା “ୟୁପିଏ ଦୁର୍ବଳ ହେବାରୁ ବିଜେପି ଆଗକୁ ବଢ଼ିଛି। ୨୦୧୪ ପରେ ୨୦୧୯ରେ ମୋଦିଙ୍କ ନେତୃତ୍ୱରେ ବିଜେପି ନିଜର ଶକ୍ତି ଆହୁରି ବଢ଼ାଇଛି। ଏଥିରୁ ପ୍ରମାଣିତ ୟୁପିଏ ଦୁର୍ବଳ ହୋଇପଡିଛି। ରାହୁଲ୍ ଗାନ୍ଧୀ ନେତୃତ୍ୱ ନେବାରେ ବିଫଳ। ତେଣୁ ଏଭଳି ସ୍ଥିତି ଉପୁଜିଛି। ଦେଶରେ ଚାଷୀ ଆନ୍ଦୋଳନ ହେଉଛି। ହେଲେ କଂଗ୍ରେସ ଠିକ୍ ଭାବରେ ଉପସ୍ଥାପନ କରି ପାରୁନି। ମୋଦିଙ୍କ ବିକଳ୍ପ ଭାବରେ ବିଜେପି ପାଖରେ ଅମିତ ଶାହ ରହିଛନ୍ତି। ହେଲେ ୟୁପିଏରେ କେହି ନାହିଁ। ଯଦିଓ ଶରଦ ପାଓ୍ୱାରଙ୍କ ବୟସ ୮୦ ହେଲାଣି ହେଲେ ଏବେ ବି ଶରଦ ୟୁପିଏରେ ନେତୃତ୍ୱ ନେଇପାରିବେ”।

ସେହିପରି ବିଜେପିର ଅନେକ ବିରୋଧୀ ଅଛନ୍ତି। ଟିଏମସି, ଅକାଳୀ ଦଳ, ବିଏସପି, ଏସପି, ବିଜେଡି, ଓ୍ୱାଇଏସଆର କଂଗ୍ରେସ, ଟିଆରଏସ ଦଳ ରହିଛି। ଏମାନଙ୍କୁ ଶରଦ ପାଓ୍ୱାର ହିଁ ଏକାଠି କରିପାରିବେ।

ପାଓ୍ୱାରଙ୍କ କ୍ଷମତାକୁ ମନେ ପକାଇବାକୁ ଯାଇ ମହାରାଷ୍ଟ୍ରର ସରକାର ଗଢ଼ିବା କଥା କହିଥିଲା ଶିବସେନା। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଟାର୍ଗେଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story