ଭାଙ୍ଗି ଯିବକି କର୍ଣ୍ଣାଟକା ମେଣ୍ଟ ସରକାର, ଜାଣନ୍ତୁ ନମ୍ବର ଗେମ୍‌ ଓ ସାମ୍ଭାବ୍ୟ ସ୍ଥିତି

ବେଙ୍ଗାଲୁରୁ: ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ଏବେ କର୍ଣ୍ଣାଟକାରେ ଗଠନ ହୋଇଥିବା ମେଣ୍ଟ ସରକାର ଏକ ପ୍ରକାରର କୋମା ସ୍ଥିତିକୁ ଚାଲି ଯାଇଛି। କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମିଳିତ ଭାବେ ସରକାର ଗଠନ କରିବା ଦିନ ଠାରୁ ହିଁ ବିବାଦ ଲାଗି ରହିଛି। ଜେଡିଏସ୍‌ କମ୍‌ ଆସନ ପାଇଥିଲେ ହେଁ କଂଗ୍ରେସ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ସେବେଠାରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଏବେ ବିସ୍ଫୋରକ ରୂପ ଧାରଣ […]

yu

yu

Hemant Lenka
  • Published: Monday, 08 July 2019
  • Updated: 08 July 2019, 05:01 PM IST

Sports

Latest News

ବେଙ୍ଗାଲୁରୁ: ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ଏବେ କର୍ଣ୍ଣାଟକାରେ ଗଠନ ହୋଇଥିବା ମେଣ୍ଟ ସରକାର ଏକ ପ୍ରକାରର କୋମା ସ୍ଥିତିକୁ ଚାଲି ଯାଇଛି। କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମିଳିତ ଭାବେ ସରକାର ଗଠନ କରିବା ଦିନ ଠାରୁ ହିଁ ବିବାଦ ଲାଗି ରହିଛି। ଜେଡିଏସ୍‌ କମ୍‌ ଆସନ ପାଇଥିଲେ ହେଁ କଂଗ୍ରେସ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।

ସେବେଠାରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଏବେ ବିସ୍ଫୋରକ ରୂପ ଧାରଣ କରିଛି। କଂଗ୍ରେସର ୧୦ ଜଣ ଓ ୩ ଜଣ ଡେଡିଏସ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକା ମେଣ୍ଟ ସରକାର ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି। ଏଭଳି ଗୋଳିଆ ପାଣିରୁ ମୁଖ୍ୟ ବିରୋଧୀ ଦଳ ବିଜେପି ଫାଇଦା ଉଠାଇବାକୁ ଚାହିଁ ବସିଛି।

ନମ୍ବର ଗଣିତ

କର୍ଣ୍ଣାଟକା ବିଧାନସଭାର ସଦସ୍ୟ ସଂଖ୍ୟା ୨୨୫। ଏମାନଙ୍କ ମଧ୍ୟରେ ଜଣେ ମନୋନୀତ ସଭ୍ୟ ରହିଛନ୍ତି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଏହି ଇସ୍ତଫା ଡ୍ରାମା ପୂର୍ବରୁ କଂଗ୍ରେସର ୭୮, ଜେଡିଏସର ୩୭ ଓ ବିଜେପିର ୧୦୫ ବିଧାୟକ ରହିଥିଲେ। କଂଗ୍ରେସ ଜେଡିଏସ ସରକାରଙ୍କୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, ମନୋନୀତ ସଭ୍ୟ, କେପିଜେପି ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଥିଲେ। ଅର୍ଥାତ ମେଣ୍ଟ ସରକାର ପାଖରେ ୧୧୯ ବିଧାୟକଙ୍କ ସମର୍ଥନ ରହିଥିଲା। କିନ୍ତୁ କଂଗ୍ରେସର ୧୦ ଓ ଜେଡିଏସର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଗଭୀର ସଙ୍କଟ ମଧ୍ୟକୁ ଚାଲି ଯାଇଛନ୍ତି।

ଯଦି ବିଧାନସଭା ବାଚସ୍ପତି ଏହି ୧୩ ବିଧାୟକଙ୍କ ଇସ୍ତଫା ଗ୍ରହଣ କରି ନିଅନ୍ତି, ତା’ହେଲେ ବିଧାନସଭା ଆସନ ସଂଖ୍ୟା ୨୨୫ରୁ ୨୧୨କୁ ହ୍ରାସ ପାଇବ। ସେହିପରି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୩ରୁ ୧୦୬ରେ ପହଞ୍ଚି ଯିବ। ଏପରି ସ୍ଥିତିରେ ମେଣ୍ଟ ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ଯଦି ବିଜେପିକୁ ଚାଲି ଆସିବେ, ତା’ହେଲେ ବିଜେପିର ଆସନ ସଂଖ୍ୟା ୧୦୬ ହୋଇଯିବ ଏବଂ କଂଗ୍ରେସ ଓ ଜେଡିଏସ୍‌ ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିବ।

କ’ଣ ରହିବ ସମ୍ଭାବ୍ୟ ସ୍ଥିତି

୧: କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଚାହିଁଲେ କ୍ଷମତାରେ ରହିପାରିବେ। କିନ୍ତୁ ଏଥିପାଇଁ କ୍ୟାବିନେଟରେ ଅଦଳବଦଳ କରିବାକୁ ପଡ଼ିବ। ଅର୍ଥାତ ୧୩ ବିଦ୍ରୋହୀ ବିଧାୟକଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର ପାଇଁ କହିବାକୁ ପଡ଼ିବ ଏବଂ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ଦେବାକୁ ପଡ଼ିବ। ଏବେ ଏଥିପାଇଁ କସରତ ଆରମ୍ଭ ହୋଇଛି। କଂଗ୍ରେସ ଓ ଜେଡିଏସ୍‌ର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏପରି ସ୍ଥିତିରେ କୁମାରସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ସରକାର ବଞ୍ଚାଇ ପାରିବେ।

୨: ଯଦି ସମସ୍ତ ୧୩ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇଯାଏ, ତା’ହେଲେ ବିଜେପିର ଆସନ ସଂଖ୍ୟା ୧୦୬ ହୋଇଯିବ। ଏପରି ସ୍ଥିତିରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରିବେ।

୩: ରାଜ୍ୟପାଳ ଚାହିଁଲେ ଏଭଳି ସ୍ଥିତିରେ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ନ ପାରନ୍ତି। ରାଜ୍ୟପାଳ ବିଧାନସଭାକୁ ଭାଙ୍ଗି ପୁଣି ନିର୍ବାଚନ ପାଇଁ ସୁପାରିସ କରିପାରନ୍ତି। ନିର୍ବାଚନ ଯାଏ କୁମାରସ୍ୱାମୀ କାମଚଳା ମୁଖ୍ୟମନ୍ତ୍ରୀ ରହିପାରିବେ ନଚେତ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବ।

୪: ବିଜେପି ରାଜ୍ୟପାଳଙ୍କ ଏଭଳି ପୁଃନ ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ। କୋର୍ଟ ମାମଲାର ବିଚାର କରିବା ଭିତରେ ଯଦି କଂଗ୍ରେସ ଓ ଜେଡିଏସ୍‌ ସେମାନଙ୍କ ବିଧାୟକମାନଙ୍କୁ ବୁଝାଇପାରିବେ, ତା’ହେଲେ କର୍ଣ୍ଣାଟକାରେ ମେଣ୍ଟ ସରକାର ତିଷ୍ଠି ରହିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story