ଭୁଶୁଡ଼ିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଏବେ ଏଲିଏନ୍ ଦୁନିଆ ଓ ଆଷ୍ଟରଏଡର ସମସ୍ତ ଟିକନିକ୍ ଖବର ଦେଉଥିବା ଅବଜରଭେଟୋରୀ ଭାଙ୍ଗିଯାଇଛି। ଏହି ପୂରା ଆଣ୍ଟିନା ୪୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଗତମାସରେ ଏହାର ଏକ କେବଲ୍ ଭାଙ୍ଗିବା ଦ୍ୱାରା ଆଣ୍ଟିନା କ୍ଷତିଗ୍ରସ୍ତ ହୋଇଛଥିଲା। ଏହା ପରେ ମଙ୍ଗଳବାର ଆଣ୍ଟିନାର ଉପରି ଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହି କାରଣରୁ ଡିଶ୍ ଆଣ୍ଟିନା ମଧ୍ୟ ଭାଙ୍ଗି ପଡ଼ିଛି। ଏହି ଆଣ୍ଟିନା […]

tele

tele

Ranjit Kumar Jena
  • Published: Thursday, 03 December 2020
  • Updated: 03 December 2020, 02:49 PM IST

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଏବେ ଏଲିଏନ୍ ଦୁନିଆ ଓ ଆଷ୍ଟରଏଡର ସମସ୍ତ ଟିକନିକ୍ ଖବର ଦେଉଥିବା ଅବଜରଭେଟୋରୀ ଭାଙ୍ଗିଯାଇଛି। ଏହି ପୂରା ଆଣ୍ଟିନା ୪୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଗତମାସରେ ଏହାର ଏକ କେବଲ୍ ଭାଙ୍ଗିବା ଦ୍ୱାରା ଆଣ୍ଟିନା କ୍ଷତିଗ୍ରସ୍ତ ହୋଇଛଥିଲା। ଏହା ପରେ ମଙ୍ଗଳବାର ଆଣ୍ଟିନାର ଉପରି ଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହି କାରଣରୁ ଡିଶ୍ ଆଣ୍ଟିନା ମଧ୍ୟ ଭାଙ୍ଗି ପଡ଼ିଛି। ଏହି ଆଣ୍ଟିନା ଉପରେ ଜେମ୍ସ ବଣ୍ଡ ସିରିଜର ଫିଲ୍ମ 'ଗୋଲ୍ଡେନ୍ ଆଇ' ଶୁଟିଂ ମଧ୍ୟ ହୋଇଥିଲା।

The Arecibo Observatory radio telescope in Puerto Rico has collapsed | Space

ଏହି ଆଣ୍ଟିନା ଦ୍ୱାରା ମହାକାଶରେ ବିପତ୍ତି ସମ୍ବନ୍ଧୀୟ ଯଥା ଆଷ୍ଟରଏଡ୍, ମୋଡିୟାର୍ସ ଓ ଏଲିଏନ୍ ଜଗତର ଖବର ବୈଜ୍ଞାନିକମାନଙ୍କୁ ଦିଆଯାଉଥିଲା। ଏହି ଆଣ୍ଟିନା ପୁଏର୍ତା ରିକୋରେ ଥିବା ଆରେସିବୋ ଅଭଜରଭେଟୋରୀରେ ଲଗାଯାଇଛି। ଆନା ଜି. ମେଣ୍ଡେସ୍ ୟୁନିଭର୍ସିଟି, ନ୍ୟାଶନାଲ୍ ସାଇନ୍ସ ଫାଉଣ୍ଡେସନ୍ ଏବଂ ୟୁନିଭରସିଟି ଅଫ୍ ଫ୍ଲୋରିଆ ଦ୍ୱାରା ଏହି ଆଣ୍ଟିନା ପରିଚାଳିତ ହେଉଛି।

ଏହି ଅଭଜରଭେଟୋରୀରେ ୧୦୦୦ରୁ ଅଧିକ ଫୁଟର ବ୍ୟାସ ଗୋଲାର୍ଦ୍ଧ ଆଣ୍ଟିନା ରହିଛି, ଯାହା ସୁଦୁର ମହାକାଶରେ ହେଉଥିବା ସମସ୍ତ ଗତିବିଧିର ଖବର ଦିଏ। ଏହାର ମୁଖ୍ୟ କାମ ହେଉଛି ଭୂପୃଷ୍ଠ ଆଡ଼କୁ ଆସୁଥିବା ଖବର ସମ୍ବନ୍ଧରେ ସୂଚନା ଦିଏ। ଏହି ଆଣ୍ଟିନାରେ ୪୦ହଜାର ଆଲୁମିନିୟମର ପ୍ୟାନେଲ୍ ଲାଗିଛି, ଯାହା ସିଗନାଲ୍ ପାଇବାରେ ସହାୟକ ହୋଇଥାଏ। ଏହି ଆଣ୍ଟିନାକୁ ଆରେସିବୋ ରାଡାର୍ ମଧ୍ୟ କୁହାଯାଏ। ଆରେସିବୋ ଅଭଜରଭେଟୋରୀକୁ ତିଆର କରିବାର ଆଇଡିଆ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ୱିଲିୟମ୍ ଇ ଗାର୍ଡେନଙ୍କର ହାତ ଥିଲା।

The Iconic Arecibo Telescope Goes Quiet After Major Damage

ଏହି ଅଭଜରଭେଟୋରୀକୁ ନିର୍ମାଣ କରିବା ପାଇଁ ତିନିବର୍ଷ ଲାଗିଥିଲା। ଏହାର ନିର୍ମାଣ କାର୍ଯ୍ୟ ୧୯୬୦ରେ ଆରମ୍ଭ ହୋଇଥିଲା, ଯାହା ୧୯୬୩ରେ ଶେଷ ହୋଇଥିଲା। ଏହି ଆଣ୍ଟିନାର ମଝିରେ ମଝିରେ ଏକ ରିଫ୍ଲେକ୍ଟର ରହିଛି, ଯାହା ବ୍ରିଜ୍ ସହାୟତାରେ ଲଟକିଛି। ଏଥିରେ ସେହିଭଳି ଦୁଇଟି ରିଫ୍ଲେକ୍ଟର ରହିଛି। ପ୍ରଥମ ୩୬୫ ଫୁଟ୍ ଏବଂ ଦ୍ୱିତୀୟଟି ୨୬୫ ଫୁଟ୍ ଉଚ୍ଚରେ ରହିଛି। ସମସ୍ତ ରିଫ୍ଲେକ୍ଟରକୁ ତିନୋଟି ସୁଉଚ୍ଚ ଏବଂ ମଜଭୁତ୍ କଙ୍କ୍ରିଟ୍ ଦ୍ୱାରା ଟାୱାରରେ ବନ୍ଧା ଯାଇଥିଲା। ବାନ୍ଧିବା ପାଇଁ ୩.୨୫ ଇଞ୍ଚ ମୋଟା ଷ୍ଟିଲ୍ ତାରର ଉପଯୋଗ କରାଯାଇଥିଲା। ଆରେସିବୋ ରାଡାର ଅର୍ଥାତ୍ ଆଣ୍ଟିନା ମୋଟ ୨୦ ଏକର ଜାଗାରେ ବ୍ୟାପିଛି। ଏହାର ଗଭୀରତା ୧୬୭ ଫୁଟ୍।

Massive Arecibo Observatory radio telescope collapses in Puerto Rico

ଏହି ଅବଜରଭେଟୋରୀର ଯେଉଁ କେବୁଲ୍ ଭାଙ୍ଗିଛି, ତା' ଉପରେ ୫.୪୪ କେଜିର ଓଜନ ଥିଲା। ଏହି କାରଣରୁ ଆଲୁମିନିୟମରେ ନିର୍ମିତ ଆଣ୍ଟିନାର ୧୦୦ ଫୁଟ ଅଂଶ ଫାଟି ଯାଇଛି। ଏହି ଆଣ୍ଟିନା ସହାୟତାରେ ସାରା ଦୁନିଆର ପାଖାପାଖି ୨୫୦ ବୈଜ୍ଞାନିକ ମହାକାଶ ନଜର ରଖିଛନ୍ତି। ମଙ୍ଗଳବାର ରାତିରେ ଏହାର ସମସ୍ତ କେବୁଲ୍ ଭାଙ୍ଗି ପଡ଼ିଥିଲା, ଯେଉଁକାରଣରୁ ପୂରା ଡିଶ୍ ଆଣ୍ଟିନା କ୍ଷତିଗ୍ରସ୍ତ ହୋଇଯାଇଛି। ଏ ନେଇ ଆରେସିବୋ ଅଭଜରଭେଟୋରୀ ଟୁଇଟ୍ କରି କହିଛି ଯେ ବିଜ୍ଞାନ ଦୁନିଆର ଏକ ଯୁଗର ଅବସାନ ଘଟିଛି। ଆରେସିବୋ ଟେଲିସ୍ପୋପ ଭାଙ୍ଗିଛି, କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

୫୦ ବର୍ଷ ଧରି ଅନେକ ବାତ୍ୟା, ଭୂକମ୍ପ ଓ ଘୂର୍ଣ୍ଣିଝଡ଼ର ସୂଚନା ଦେଇଆସୁଥିବା ଏହି ଆଣ୍ଟିନାର ପାଖାପାଖି ୯୦୦ ଟନର ଢାଞ୍ଚା ମାତ୍ର କିଛି କେବୁଲ୍ ଉପରେ ନିର୍ଭର କରୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ଯଦି ଶୀଘ୍ର ଏହାର ମରାମତି କରାନଯିବ, ତାହେଲେ ପୂରା ଢାଞ୍ଚା ଭାଙ୍ଗିବାର ସମ୍ଭାବନା ରହିଛି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ପ୍ରାୟ ଏଥିରେ ୮୯.୪୬ କୋଟି ଟଙ୍କା କ୍ଷତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story