ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଲାଗି ରହିଥିବା ଅଶାନ୍ତ ପରିବେଶ ଶାନ୍ତ ହେବାର ନାଁ ନେଉନାହିଁ। ଆଜି ପବିତ୍ର ଇଦ୍ ଅବସରରେ ମଧ୍ୟ ଘାଟି ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ମଙ୍ଗଳବାର ବାନ୍ଦିପୁର ଓ ଶୋପିୟାରେ ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଶ୍ରୀନଗରର କିଛି ସ୍ଥାନରେ ମଧ୍ୟ ହିଂସା ଦେଖିବାକୁ ମିଳିଥିଲା। ଘାଟିରେ ଲାଗି ରହିଥିବା ହିଂସା ଯୋଗୁଁ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି।
ଦୀର୍ଘ ବର୍ଷ ପରେ ଇଦ୍ ଅବସରରେ ଘାଟିରେ କର୍ଫ୍ୟୁ ଜାରି କରାଯାଇଛି। ପ୍ରାୟ ୧୦ଟି ଜିଲ୍ଲାରେ ଏହି କର୍ଫ୍ୟୁ ଲଗାଯାଇଛି। ଏହାସହ ହେଲିକପ୍ଟର ଓ ଡ୍ରୋନ୍ କ୍ୟାମେରାରେ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖାଯାଇଛି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ “ଗତକାଲି ବିଳମ୍ବିତ ରାତିରେ ଘାଟିରେ କର୍ଫ୍ୟୁ ଜାରି କରାଯାଇଛି। ସେନ୍କୁ ସଜାଗ ରହିବାକୁ କୁହାଯାଇଛି। ଘାଟିରେ ହିଂସା ଅଧିକ ବଢିଲେ ସେନା ହସ୍ତକ୍ଷେପ କରିବ। ବିଶେଷ କରି ଗ୍ରାମାଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ଯବାନଙ୍କୁ ମୁତୟନ କରାଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।