ନୂଆଦିଲ୍ଲୀ: ଦିଲ୍ଲୀ ଜେଏନୟୁ ହିଂସାକାଣ୍ଡ ପଛର ମାଷ୍ଟର ମାଇଣ୍ଡ କିଏ ? ଦୁଇ ପ୍ରମୁଖ ଛାତ୍ର ସଂଘ ABVP ଓ ବାମପନ୍ଥୀ ଛାତ୍ର ସଙ୍ଗଠନ ପରସ୍ପରକୁ ଦୋଷାରୋପ କରି ଚାଲିଥିବା ବେଳେ ଏବେ କିଛି ଫଟୋ ଓ ହ୍ୱାଟସଆପ୍ ମେସେଜର ସ୍କ୍ରିନସଟ୍ ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶ ପାଇଛି। ଯାହାକି ମୁଖା ପିନ୍ଧା ବ୍ୟକ୍ତିଙ୍କର ପୋଲ୍ ଖୋଲିଛି। ହେଲେ ଏହି ଫଟୋ କେବେର ଏବଂ ହ୍ୱାଟସଆପ୍ ମେସେଜ କେବେର ତାହାର ସତ୍ୟାସତ୍ୟ ଜଣାପଡ଼ିନି। ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ଏହି ରିପୋର୍ଟ ପ୍ରକାଶ ପାଇଛି। ମୁଖାପିନ୍ଧା ବ୍ୟକ୍ତି ବିଜେପିର ଛାତ୍ର ସଂଗଠନ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ। ଆକ୍ରମଣ ବେଳେ ପୁଲିସ ମଧ୍ୟ ସହଯୋଗ କରିଥିଲା ବୋଲି ଏନଡିଟିଭି ଦର୍ଶାଇଛି।
ଏହି ଫଟୋରେ ବିକାଶ ପଟେଲ(ଡାହାଣ) ଏବଂ ଶିବ୍ ପୋଜନ ମଣ୍ଡଳ (ହଳଦିଆ ନୀଳ ରଙ୍ଗର ସ୍ୱେଟର) ଗୋଟିଏ ଫାଇବର କାଚର ବାଡ଼ି ଧରିଥିବା ଦେଖିବାକୁ ମିଳିଛି। ଏହି ବାଡ଼ିଟି ଲାଠି ଚାର୍ଜ ବେଳେ ପୁଲିସ ଧରିଥାଏ।
ଏହି ଫଟୋରେ ଜେଏନୟୁ ବିଶ୍ୱବିଦ୍ୟାଳୟ ଆଡ଼କୁ ବିକାଶ, ଶିବ ପୋଜନଙ୍କ ସହିତ ଅନେକ କିଛି ଯୁବକ ଯାଉଛନ୍ତି। ସେହିପରି ରାତିରେ ଜେଏନୟୁ କ୍ୟାମ୍ପସରୁ ବାହାରୁଥିବାର ଏକ ଭିଡିଓ ଏନଡିଟିଭିର ରିପୋର୍ଟର ଶ୍ରୀନିବାସନ ଜୈନ୍ ଟୁଇଟ୍ କରିଛନ୍ତି। ଯେଉଁଥିରେ ହଳଦିଆ ନୀଳ ରଙ୍ଗର ସ୍ୱେଟର ପିନ୍ଧିଥିବା ଯୁବକଙ୍କୁ ଦେଖିବାକୁ ମିଳିଛି। ଏହି ଯୁବକମାନେ କ୍ୟାମ୍ପସ ଭିତରେ ପଶିବା ବେଳେ ମୁହାଁରେ ମୁଖା ପିନ୍ଧିଥିଲେ ବୋଲି ସନ୍ଦେହ କରାଯାଉଛି।
ଏହାବାଦ୍ ଫ୍ରେଣ୍ସସ ଅଫ୍ ଆରଏସଏସ ହ୍ୱାଟସଆପ ଗ୍ରୁପର ଏକ ସ୍କ୍ରିନସଟ ଭାଇରାଲ ହୋଇଛି। ଯେଉଁଥିରେ ବାମପନ୍ଥୀ ଆତଙ୍କବାଦୀଙ୍କ ବିରୋଧରେ ଏକାଠି ହେବା ପାଇଁ ଆହ୍ୱାନ କରାଯାଇଛି। ଯାହାକି କ୍ୟାମ୍ପସ ଭିତରେ ପ୍ରବେଶ ପୂର୍ବ ସମୟର ବୋଲି ଜଣାପଡ଼ିଛି। ହେଲେ ଏହା କେଉଁ ତାରିଖର ଚାଟିଂ ତାହା ଏନଡିଟିଭି ମଧ୍ୟ ସ୍ପଷ୍ଟ କରିନି।
The same blue/yellow hoodie appears in this viral video, in which the mob seems to be leaving the JNU campus at night. 3/n pic.twitter.com/XzQs4kyaSk
— Sreenivasan Jain (@SreenivasanJain) January 6, 2020
ଏହି ଚାଟରେ ସାମିଲ୍ ଥିବା ଅନେକ ଛାତ୍ର ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିଦେଇଥିବା ଜଣାପଡ଼ିଛି।
ଏହି ସବୁ ଫଟୋ ସଂପର୍କରେ ବାମପନ୍ଥୀ ଦଳ, ବିଜେପି, ଏବିଭିପି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।