କୋଲକାତା: କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଜବାବ ମାଗିଛନ୍ତି ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ଟିମ୍। ଦୁଇ ଜଣିଆ ଟିମର ସଦସ୍ୟ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପଶ୍ଚିମବଙ୍ଗ କରୋନା ମୃତକଙ୍କ ତାଲିକା ଆଇସିଏମଆର ଗାଇଡ ଲାଇନ୍ ଆଧାରରେ ପ୍ରସ୍ତୁତ କରୁଛନ୍ତି କି ନାହିଁ ସେ ନେଇ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ମୁଖ୍ୟ ଶାସନ ସଚିବଙ୍କର ଜବାବ ମାଗିଛନ୍ତି।
ସେହିପରି ଆଜି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର କରୋନା ମୃତକଙ୍କ ସଂଖ୍ୟା ଘୋଷଣା କରିଛନ୍ତି। ୫୭ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସରକାର କହିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତ ଅନ୍ୟ ରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। କରୋନା କାରଣରୁ କେବଳ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଗଣମାଧ୍ୟମକୁ କହିଛନ୍ତି।
ପଶ୍ଚିମବଙ୍ଗ ସରକାର କୋଭିଡ୍ ୧୯ ମୁକାବିଲା ପାଇଁ ଏକ ଟିମ୍ ଗଠନ କରିଛନ୍ତି। ଯଦି ଜଣେ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତା’ହେଲେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରୁନଥିବା ଜଣାପଡ଼ିଛି। ଗୁରୁବାର ପଶ୍ଚିମବଙ୍ଗର ଡାକ୍ତର ସଂଘ ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମମତା ସରକାର କରୋନାକୁ ନେଇ ଭୁଲ ତଥ୍ୟ ଦେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ ପଶ୍ଚିମବଙ୍ଗର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ। ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ଏତେ କମ୍ ରହିବା ଏହାର ପ୍ରମାଣ ବୋଲି ମେଡିକାଲ ପ୍ରଫେସନାଲମାନେ କହିଥିଲେ।
ଯଦି ଜଣେ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତାହେଲେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରୁନଥିବା ସ୍ୱାସ୍ଥ୍ୟ କର୍ମୀ ସଂଘ ଚିଠି ଲେଖି ଜଣାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।