ମୁମ୍ବାଇ: ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳରେ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ମୁମ୍ବାଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
କିଛି ଦିନ ହେବ ମୁମ୍ବାଇରେ ଘଡ଼ଘଡ଼ି ସହ ବର୍ଷା ହେଉଛି।
ପଶ୍ଚିମ କ୍ଷେତ୍ର ମୌସୁମୀ ବିଭାଗ ଉପ ମହାନିର୍ଦ୍ଦେଶକ କେ. ଏସ୍ ହୋସାଲିକର କହିଛନ୍ତି ଯେ ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର ଓ ବଙ୍ଗୋପସାଗର ଉପରେ ପବନର ଚାପ ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଯାଉଛି। ଏହି ସମୟରେ ମଧ୍ୟ ମହାରାଷ୍ଟ୍ର ଓ ମରାଠାୱାଡାରେ ହାଲ୍କା ବର୍ଷା ହୋଇପାରେ।
ଅଗଷ୍ଟ ୨୯ତାରିଖରେ ମୁମ୍ବାଇ ସହରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଲୋକମାନେ ପ୍ରାୟ ୧୨ ଘଣ୍ଟା ଧରି ଅଫିସ୍ରେ ଅବା ଟ୍ରେନ୍ ଆଦିରେ ଫସି ରହିଥିଲେ। ତେଣୁ ଏଥର ଲୋକେ ସତର୍କ ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
Politics
ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!
ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।
Entertainment
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା।
National
କାହିଁକି ୧୫,୦୦୦ କୋଟି ଟଙ୍କାର ସଂପତ୍ତି ହରେଇପାରନ୍ତି ସୈଫ ଅଲୀ ଖାଁ?
ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।
National
କେମିତି ପତ୍ନୀ ସହ ଗୋଟିଏ ସେଲଫି ଟପ୍ ମାଓବାଦୀକୁ ମାରି ଦେଲା ?
ପତ୍ନୀ ଅରୁଣା ସହ ଗୋଟିଏ ସେଲଫି ଜୟରାମକୁ ମହଙ୍ଗା ପଡ଼ିଛି। ଏହି ସେଲଫି ଯୋଗୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୟରାମ।