ଇସଲାମାବାଦ: କଶ୍ମୀରରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ସୀମା ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ତାନ ବର୍ଡର ଆକ୍ସନ୍ ଟିମ୍ର କିଛି ସଦସ୍ୟ ନିହତ ହୋଇଥିଲେ। ସେମାନେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି। ଭାରତର ଏଭଳି ଆଭିମୁଖ୍ୟ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଆମେରିକା ରାଷ୍ଟ୍ରପତିଙ୍କ ସାହାଯ୍ୟ ଲୋଡିଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି, ସୀମାରେ ଭାରତ ପଟୁ ବାରମ୍ୱାର ଗୁଳି ମାଡ଼ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବାକୁ କହିଥିଲେ। କଶ୍ମୀର ପ୍ରସଙ୍ଗର ସମାଧାନ କରିବା ପାଇଁ ଏବେ ସଠିକ୍ ସମୟ ଆସିଛି।
https://twitter.com/ImranKhanPTI/status/1157963120905740288
ସେ ଆହୁରି ଅଭିଯୋଗ କରିଛନ୍ତି, ଏଲଓସିରେ ସାଧାରଣ ଲୋକଙ୍କ ଉପରେ ଭାରତ ପକ୍ଷରୁ କ୍ଲଷ୍ଟର ବୋମା ପକାଯାଉଛି। ଏହା ୧୯୮୩ ଚୁକ୍ତିର ଉଲ୍ଲଂଘନ। ଜାତିସଂଘ ଏବାବଦରେ ନିଷ୍ପତ୍ତି ନେବା ଦରକାର। କଶ୍ମୀରର ଶାନ୍ତିପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଚୁକ୍ତିନାମା ହିଁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନର ପ୍ରମୁଖ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।