ରାଜ୍ୟ ନିର୍ବାଚନରେ ବିଜେପିକୁ ଆଦିବାସୀ ଭୋଟରଙ୍କ ନା

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି ବିଧାନସଭା ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ୨୦୧୪ ମସିହାରେ ଏଥିରୁ ୧୧ଟି ଆସନ ଜିତିଥିବା ବିଜେପି ଏଥର ମାତ୍ର ୨ଟି ଜିତିଛି। ନିକଟରେ କରାଯାଇଥିବା […]

tribe

tribe

Subrat Kumar Nayak
  • Published: Saturday, 28 December 2019
  • Updated: 28 December 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି ବିଧାନସଭା ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ୨୦୧୪ ମସିହାରେ ଏଥିରୁ ୧୧ଟି ଆସନ ଜିତିଥିବା ବିଜେପି ଏଥର ମାତ୍ର ୨ଟି ଜିତିଛି।

ନିକଟରେ କରାଯାଇଥିବା ଏକ ଅନୁଶୀଳନରୁ ଜଣାପଡ଼ିଛି ମଧ୍ୟ ଭାରତୀୟ ଆଦିବାସୀ କ୍ଷେତ୍ରରେ ବିଜେପି ହାତରେ ମାତ୍ର ୨୦% ଆସନ ରହିଛି। ପଶ୍ଚିମ ଭାଗରେ ଯଦିଓ ବିଜେପିର ସ୍ଥିତି ଟିକେ ଉନ୍ନତ ଧରଣର, ଏହା ଏତେ ମଧ୍ୟ ଉତ୍ସାହଜନକ ନୁହେଁ। ଏଠାରେ ୭୭ ଜନଜାତି ସଂରକ୍ଷିତ ଆସନରୁ ବିଜେପି ୨୬ଟିରେ (୩୪%) ଜିତିଛି। ସେହିଭଳି ପୂର୍ବ ଭାଗରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ୨୪% ଏଭଳି ଆସନ ନିଜ ଦଖଲକୁ ନେଇପାରିଛି।

ଉତ୍ତରପୂର୍ବ ଭାରତରେ ବିଜେପିକୁ ଅଧିକ ଆଦିବାସୀ ବହୁଳ ଆସନ ମିଳିଛି। ଅରୁଣାଳରେ ୫୯ରୁ ୪୧ଟି ଆସନ ବା ୬୯.୫%, ଆସାମରେ ୧୬ଟି ଆସନର ୬୨.୫% ଏବଂ ତ୍ରିପୁରାର ୪୭% ଆସନ ବିଜେପି ଜିତିଛି।

ଲୋକସଭା ନିର୍ବାଚନରେ କିନ୍ତୁ ଏହାର ଓଲଟା ଚିତ୍ର ଥିଲା। ୨୦୧୪ ମସିହାରେ ଜନଜାତିଙ୍କ ପାଇଁ ସଂରକ୍ଷିତ ୪୭ଟି ଆସନରୁ ବିଜେପି ୨୭ଟିରେ ଜିତିଥିଲା। ୨୦୧୯ରେ ଏହା ୩୧ରେ ପହଞ୍ଚିଛି। ପୂର୍ବ ଉପକୂଳରେ ୫୭% ଜନଜାତି ଆସନ ବିଜେପି ଖାତାକୁ ଯାଇଥିବାବେଳେ କେନ୍ଦ୍ରୀୟ ଜୋନ୍‌ରେ ଏହି ସଫଳତା ହାର ୮୦% ବା ୧୫ଟିରୁ ୧୨ଟି ଆସନ। ପଶ୍ଚିମରେ ଦେଖିବାକୁ ଗଲେ ଗୁଜରାଟ ଏବଂ ରାଜସ୍ଥାନରେ ଏହି ପ୍ରକାରର ସମସ୍ତ ଆସନ ବିଜେପି ପୋଛିନେଇଛି। କିନ୍ତୁ ଉତ୍ତର ପୂର୍ବରେ ରାଜ୍ୟ ନିର୍ବାଚନରେ ସଫଳତା ପାଉଥିବା ବିଜେପି ୭ଟି ଜନଜାତି ସଂରକ୍ଷିତ ଆସନରୁ ୨ଟିରେ ଜିତିପାରିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାଜ୍ୟ ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ କାମ କରେ। ବିଶେଷ କରି ଆଦିବାସୀ ବର୍ଗର ଭୋଟର ଭୋଟ୍‌ ଦେବାପାଇଁ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥାନ୍ତି। ସତ୍ତା ବିରୋଧୀ ଜନମତ ଏବଂ ପ୍ରସଙ୍ଗ ଜାତୀୟ ଓ ରାଜ୍ୟ ନିର୍ବାଚନରେ ଭିନ୍ନ ରହିଥାଏ। ଝାରଖଣ୍ଡ କଥା ଯଦି ଦେଖାଯାଏ ଆଦିବାସୀଙ୍କ ଜମିକୁ କୃଷି ବ୍ୟତିରେକ ଅନ୍ୟ କାର୍ଯ୍ୟ ଯୋଗ୍ୟ କରିବା ପାଇଁ ଆଇନଗତ ପରିବର୍ତ୍ତନ ବଡ଼ ଭୂମିକା ନେଇଥିଲା। ଜାତୀୟ ନିର୍ବାନରେ ସେମାନଙ୍କ ପାଖରେ ଯଥେଷ୍ଟ ବିକଳ୍ପ ନଥିବାରୁ ସେମାନେ ନରେନ୍ଦ୍ର ମୋଦିଙ୍କୁ ବାଛିଲେ ଏବଂ ରାଜ୍ୟ ନିର୍ବାଚନ ସ୍ଥାନୀୟ ନେତା ଓ ପ୍ରସଙ୍ଗର ନିର୍ବାଚନ ଥିଲା ବୋଲି ରାଜନୀତି ବିଶାରଦମାନେ କୁହନ୍ତି।

ଅନ୍ୟ କିଛି ଜଣ କୁହନ୍ତି, ଉତ୍ତର ପୂର୍ବ ଭାରତକୁ ଛାଡ଼ିଦେଲେ ଆଦିବାସୀଙ୍କ ଭୋଟିଂକୁ ବୁଝିବା ଏତେ ସହଜ ନୁହେଁ। କିଛି ସ୍ଥାନରେ ଯଦି ବିଜେପି ହାରିଛି, ଏହାର ଅର୍ଥ ନୁହେଁ ଆଦିବାସୀ ବିଜେପିକୁ ଭୋଟ୍‌ ଦେଇନାହାନ୍ତି। ହୁଏତ ସେମାନେ ବିଜେପିକୁ ଭୋଟ୍‌ ଦେଇଥିବେ, କିନ୍ତୁ ଅଣ ବିଜେପି ଭୋଟ୍‌ ସେମାନଙ୍କୁ ସଂଖ୍ୟା ଗଣିତରେ ହରାଇଦେଇଥିବ। ଅନ୍ୟପକ୍ଷରେ ଉତ୍ତର ପୂର୍ବର ଭୋଟିଂ ତରିକା ଭାରତର ଅନ୍ୟ ଭାଗଠାରୁ ଭିନ୍ନ। ସେଠାରେ ଦଳ ବଦଳରେ ନେତାଙ୍କୁ ଗୁରୁତ୍ୱ ଦିଆଯାଏ।

ଅର୍ଥନୀତି ମଧ୍ୟ ରାଜ୍ୟ ସ୍ତରର ଭୋଟିଂରେ ପ୍ରଭାବିତ ହୋଇଥାଏ। ଆଦିବାସୀ ବହୁଳ ଅଞ୍ଚଳ ସାଧାରଣତଃ ଗ୍ରାମାଞ୍ଚଳ ଓ ସେଠାରେ ଗରିବଙ୍କ ସଂଖ୍ୟା ବେଶି। ସେମାନଙ୍କ ଉପରେ ଅର୍ଥନୀତିକ ମାନ୍ଦାବସ୍ଥା ସିଧା ମାଡ଼ ହୁଏ। ଏଭଳି ସ୍ଥିତିରେ ସେମାନେ କ୍ଷମତାରେ ଥିବା ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଥା’ନ୍ତି। ଆଉ ଏଭଳି ଭାବେ କ୍ଷମତାରୁ ଲଗାତାର ହଟିଥିବା ଦଳଟି କେବଳ ବିଜେପି। ଅନ୍ୟପକ୍ଷରେ ଜାତୀୟ ନିର୍ବାଚନରେ ବୃହତ୍‌ ପରାଜୟ ପରେ କଂଗ୍ରେସ ଓ ଆଞ୍ଚଳିକ ଦଳମାନେ ନିଜ ସ୍ଥିତି ବଞ୍ଚାଇବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଥିବେ ନିଶ୍ଚୟ। ଏହାର ପ୍ରଭାବ ବିଧାନସଭା ନିର୍ବାଚନରେ ପ୍ରତିଫଳିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story