ଦେଶର ନାମ ‘ଇଣ୍ଡିଆ’ ନା ‘ଭାରତ’ ରହିବ, କେନ୍ଦ୍ର ନିଷ୍ପତ୍ତି ନେବ

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ ହେବା ଦରକାର। ଏଭଳି ଏକ ଆବେଦନ କିଛି ଦିନ ତଳେ ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଏହି ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ସମ୍ୱିଧାନରେ ଇଣ୍ଡିଆର ନାମ ଭାରତ ପୂର୍ବରୁ ରହିଛି। ଦେଶର ନାମ ଇଂରାଜୀରେ ରହିଲେ ଏହା ଦେଶର ଚରିତ୍ରକୁ ବଦଳାଉ ନାହିଁ। ଯଦି ପରିବର୍ତ୍ତନ କରିବାର ଅଛି ତା’ହେଲେ ଏହା ସୁପ୍ରିମକୋର୍ଟ ନୁହେଁ ବରଂ କେନ୍ଦ୍ର ସରକାର […]

supreme court

supreme court

Subhransu Sekhar
  • Published: Wednesday, 03 June 2020
  • Updated: 03 June 2020, 03:04 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ ହେବା ଦରକାର। ଏଭଳି ଏକ ଆବେଦନ କିଛି ଦିନ ତଳେ ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଏହି ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ସମ୍ୱିଧାନରେ ଇଣ୍ଡିଆର ନାମ ଭାରତ ପୂର୍ବରୁ ରହିଛି। ଦେଶର ନାମ ଇଂରାଜୀରେ ରହିଲେ ଏହା ଦେଶର ଚରିତ୍ରକୁ ବଦଳାଉ ନାହିଁ। ଯଦି ପରିବର୍ତ୍ତନ କରିବାର ଅଛି ତା’ହେଲେ ଏହା ସୁପ୍ରିମକୋର୍ଟ ନୁହେଁ ବରଂ କେନ୍ଦ୍ର ସରକାର ଚାହିଁଲେ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ସଂସଦରେ ନିୟମ ସଂଶୋଧନ ହେବା ଦରକାର।

ଆବେଦନକାରୀଙ୍କ ଓକିଲ ଅଶ୍ୱିନ ବୈଶ୍ୟ କହିଛନ୍ତି, ଇଣ୍ଡିଆ ଗ୍ରୀକ ଭାଷାରୁ ଆସିଥିବା ଶବ୍ଦ। ଏହାର ମୂଳ ଶବ୍ଦ ଇଣ୍ଡିକା। ଇତିହାସରେ ‘ଭାରତ ମାତା କି ଜୟ’ର ନାରା ରହିଛି, ତେଣୁ ଦେଶର ନାମ ଭାରତ ହେଉ ବୋଲି ବିଚାରପତିଙ୍କ ଆଗରେ ଯୁକ୍ତି ଦର୍ଶାଇଥିଲେ। ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ଏହାପରେ ଆବେଦନକାରୀ ଏ ନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ କହିଥିଲେ। ପୂର୍ବରୁ ୨୦୧୬ରେ ଏହିଭଳି ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ହେଲେ କୋର୍ଟ ଖାରଜ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos