ବ୍ରିଟେନକୁ ବିମାନ ବାତିଲ କଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଆକ୍ସନ ମୋଡରେ। ତେଣୁ ଡିସେମ୍ୱର ୩୧ ଯାଏ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ସାମୟିକ ଭାବେ ବାତିଲ କରାଯାଇଛି। ଯେଉଁମାନେ ବ୍ରିଟେନରୁ ଆସିବେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ହେବ। ନେଗେଟିଭ୍ ଆସିଲେ ମଧ୍ୟ ସପ୍ତାହକ ପାଇଁ ସଙ୍ଗରୋଧରେ ରହିବାକୁ ହେବ। ପଜିଟିଭ୍ ଆସିଲେ କୋଭିଡ୍ ସେଣ୍ଟର ନହେଲେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ସରକାର ନିୟମ କରିଛନ୍ତି। ବିମାନବନ୍ଦରରେ ଥିବା ଯାତ୍ରୀମାନଙ୍କୁ […]

internation-flight

internation-flight

Subhransu Sekhar
  • Published: Monday, 21 December 2020
  • Updated: 21 December 2020, 04:54 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଆକ୍ସନ ମୋଡରେ। ତେଣୁ ଡିସେମ୍ୱର ୩୧ ଯାଏ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ସାମୟିକ ଭାବେ ବାତିଲ କରାଯାଇଛି। ଯେଉଁମାନେ ବ୍ରିଟେନରୁ ଆସିବେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ହେବ। ନେଗେଟିଭ୍ ଆସିଲେ ମଧ୍ୟ ସପ୍ତାହକ ପାଇଁ ସଙ୍ଗରୋଧରେ ରହିବାକୁ ହେବ। ପଜିଟିଭ୍ ଆସିଲେ କୋଭିଡ୍ ସେଣ୍ଟର ନହେଲେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ସରକାର ନିୟମ କରିଛନ୍ତି।

ବିମାନବନ୍ଦରରେ ଥିବା ଯାତ୍ରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ। ବିମାନବନ୍ଦରରେ ଏକ ହେଲ୍ପ ଡେସ୍କ ସ୍ଥାପନ କରିବାକୁ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି।

ସେ କହିଛନ୍ତି ସତର୍କ ରହିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଗତ ଅଢ଼େଇ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ତେଣୁ ବ୍ରିଟେନରୁ ଆସିଥିବା ଲୋକଙ୍କ ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନାକୁ ଦେଖି ସରକାର ବିମାନ ସେବା ବାତିଲ କରିଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos