ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି। ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି।
ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଜେପି ମହାସଚିବ ରାମ ମାଧବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ରହୁ ଆମେ ମଧ୍ୟ ଚାହୁଁଛୁ। ହେଲେ ଏହା ପୂର୍ବରୁ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି। ଆମେରିକା ଭାରତ ସାମରିକ ସମ୍ମିଳନୀକୁ ସମ୍ୱୋଧିତ କରିବା ବେଳେ ରାମ ମାଧବ ଏଭଳି କହିଛନ୍ତି।
ଜମ୍ମୁ କଶ୍ମୀରରୁ ଧାରା ୩୭୦ଉଚ୍ଛେଦ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଛି। ଏହାପରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ବାତିଲ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।