ଜଳ ପ୍ରପାତରେ ବୋଟ୍‌ ଟ୍ରାଜେଡ଼ି: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି  

ନୂଆଦିଲ୍ଲୀ: ଭରା ଜଳ ପ୍ରପାତରେ ମର୍ମନ୍ତୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଶନିବାର ବ୍ରାଜିଲର ସୋଲ ମିନାଜ୍‌ର ଏକ ଜଳପ୍ରପାତରେ ବୋଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଦୁଇଟି ମୋଟର ବୋଟ୍‌ରେ ସମ୍ପୃକ୍ତ ପର୍ଯ୍ୟଟକମାନେ ଜଳ ପ୍ରପାତରେ ବୋଟିଂ ମଜା ନେଉଥିବା ବେଳେ ହଠାତ ପାହାଡ଼ ଅତଡ଼ା ଧସିଥିଲା।  ଫଳରେ ଦୁଇଟି ବୋଟ୍ ଚାପି ହୋଇଯିବା ସହ ସେଥିରେ ଥିବା ପର୍ଯ୍ୟଟକମାନେ ଫସି ଯାଇଥିଲେ। […]

Untitled

Untitled

Tapas Behera
  • Published: Monday, 10 January 2022
  • Updated: 10 January 2022, 11:58 AM IST

Sports

Latest News

ନୂଆଦିଲ୍ଲୀ: ଭରା ଜଳ ପ୍ରପାତରେ ମର୍ମନ୍ତୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଶନିବାର ବ୍ରାଜିଲର ସୋଲ ମିନାଜ୍‌ର ଏକ ଜଳପ୍ରପାତରେ ବୋଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଦୁଇଟି ମୋଟର ବୋଟ୍‌ରେ ସମ୍ପୃକ୍ତ ପର୍ଯ୍ୟଟକମାନେ ଜଳ ପ୍ରପାତରେ ବୋଟିଂ ମଜା ନେଉଥିବା ବେଳେ ହଠାତ ପାହାଡ଼ ଅତଡ଼ା ଧସିଥିଲା।  ଫଳରେ ଦୁଇଟି ବୋଟ୍ ଚାପି ହୋଇଯିବା ସହ ସେଥିରେ ଥିବା ପର୍ଯ୍ୟଟକମାନେ ଫସି ଯାଇଥିଲେ। ମିନାଜ୍‌ ଜେରିଜ୍‌ ରାଜ୍ୟର କେପିଟୋଲିଓ ନାମକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳରେ ଏହି ଅଭାବନୀୟ ଘଟଣା ଘଟିଛି।
https://twitter.com/otempo/status/1479848764940640258?s=20

ଏକ ପାହାଡ଼ ଖଣ୍ଡ ଉକ୍ତ ଦୁଇଟି ବୋଟ୍‌ ଉପରେ ଭୁଶୁଡ଼ୁ ଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ସ୍କୁବା ଡ୍ରାଇଭର ଉକ୍ତ ହ୍ରଦରରୁ ୩ ଜଣଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ରୟେଟର ରିପୋର୍ଟ ଅନୁଯାୟୀ ଗତକାଲି ୭ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ଆସିଥିଲା।  ଆହତମାନଙ୍କୁ ମେଡିକାଲକୁ ନିଆଯାଇଛି। ଉଦ୍ଧାର ପର୍ଯ୍ୟଟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହି ଘଟଣାରେ ବ୍ରାଜିଲର ନୌସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।  ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ଦୁଇ ସପ୍ତାହ ଧରି ଭୀଷଣ ବର୍ଷା ହୋଇଛି। ତେଣୁ ଏହାର ପ୍ରଭାବରେ ଦୁର୍ବଳ ହୋଇ ପାହାଡ଼ ଧଶିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos