ଭୟଙ୍କର ସଡ଼କ ଦୁର୍ଘଟଣା, ୧୩ ଶ୍ରମିକଙ୍କ ଜୀବନ ଗଲା

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢଣା ଜିଲ୍ଲାର ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସମୃଦ୍ଧି ଜାତୀୟ ରାଜପଥ ପ୍ରକଳ୍ପ କାମ ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ଡମ୍ଫର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଘଟଣାରେ ୧୩ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି। ପ୍ରାଥମିକ ସୂଚନା ଅନୁସାରେ, ସମୃଦ୍ଧି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଗୋଟିଏ ଡମ୍ଫରରେ ପ୍ରଥମେ ଲୁହା […]

Accident

Accident

Hemant Lenka
  • Published: Friday, 20 August 2021
  • Updated: 20 August 2021, 05:49 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢଣା ଜିଲ୍ଲାର ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସମୃଦ୍ଧି ଜାତୀୟ ରାଜପଥ ପ୍ରକଳ୍ପ କାମ ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ଡମ୍ଫର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଘଟଣାରେ ୧୩ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି।

ପ୍ରାଥମିକ ସୂଚନା ଅନୁସାରେ, ସମୃଦ୍ଧି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଗୋଟିଏ ଡମ୍ଫରରେ ପ୍ରଥମେ ଲୁହା ରଡ୍‌ ଲୋଡ୍‌ କରାଯାଇଥିଲା। ଏହାପରେ ୧୬ ଜଣ ଶ୍ରମିକ ଏହା ଉପରେ ଚଢ଼ିଥିଲେ। ସମସ୍ତଙ୍କୁ ନେଇ ଡମ୍ଫରଟି ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଏହାର ଚକା ସ୍ଲିପ କରାଯାଇଥିଲା।

ଫଳରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଏବେ ବି ବାକି ୩ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ଡମ୍ଫରର ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଠ ସୂଚନା ମିଳିନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଥିବାରୁ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos