୧୪ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ଜବାହାର ନବୋଦୟ ବିଦ୍ୟାଳୟ ୨ ସପ୍ତାହ ବନ୍ଦ

ଚଣ୍ଡିଗଡ଼: ପଞ୍ଜାବର ମୁକ୍ତସର ଜିଲ୍ଲାର ୱାରିଙ୍ଗ ଖେରା ଗାଁରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସ୍କୁଲ୍‌କୁ ୨ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି। କରୋନାରେ ଆକ୍ରାନ୍ତ ୧୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଅଷ୍ଟମ ଶ୍ରେଣୀର। ବାକି ଦୁଇ ଜଣ ନବମ ଶ୍ରେଣୀର। ସମସ୍ତ ଆକ୍ରାନ୍ତଙ୍କୁ ହଷ୍ଟେଲରେ ପୃଥକ ଭାବେ ରଖାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି। ଘରକୁ ଗଲେ ପରିବାର ଅନ୍ୟ […]

corona

corona

Jitendra Garnayak
  • Published: Wednesday, 24 November 2021
  • Updated: 24 November 2021, 09:29 AM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ମୁକ୍ତସର ଜିଲ୍ଲାର ୱାରିଙ୍ଗ ଖେରା ଗାଁରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସ୍କୁଲ୍‌କୁ ୨ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି।

କରୋନାରେ ଆକ୍ରାନ୍ତ ୧୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଅଷ୍ଟମ ଶ୍ରେଣୀର। ବାକି ଦୁଇ ଜଣ ନବମ ଶ୍ରେଣୀର। ସମସ୍ତ ଆକ୍ରାନ୍ତଙ୍କୁ ହଷ୍ଟେଲରେ ପୃଥକ ଭାବେ ରଖାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି। ଘରକୁ ଗଲେ ପରିବାର ଅନ୍ୟ ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ହଷ୍ଟେଲ୍‌ରେ ପୃଥକ ଭାବେ ରଖାଯାଇଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଗତ ଅଗଷ୍ଟ ୨ ତାରିଖରେ ପଞ୍ଜାବ ସରକାର କଡ଼ା କଟକଣା ମଧ୍ୟରେ ସ୍କୁଲ୍‌ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ୬ ଫୁଟ୍ ବ୍ୟବଧାନରେ ବସାଇବା ପାଇଁ କହିଥିଲେ। ସେହିପରି ଶିକ୍ଷକଙ୍କ ସମେତ ସ୍କୁଲ୍‌ର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଟିକା ନେବାକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos