ପୁଣି ଇଟାଲୀରୁ ଆସିଥିବା ବିମାନରେ କରୋନା ବିସ୍ଫୋରଣ, ୧୫୦ ପଜିଟିଭ

ଅମୃତସର: ପୁଣିଥରେ ଇଟାଲୀରୁ ଆସିଥିବା ଗୋଟିଏ ବିମାନରେ କରୋନା ବିସ୍ଫୋରଣ ହୋଇଛି। ଇଟାଲୀର ରୋମରୁ ପଞ୍ଜାବର ଅମୃତସର ଆସିଥିବା ବିମାନରୁ ଏକଥରକେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ବିମାନରେ ମୋଟ ୨୯୦ ଜଣ ଯାତ୍ରୀ ଥିଲେ। ଏବେ ୧୫୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଅନ୍ୟମାନଙ୍କ ମନରେ ସଂକ୍ରମଣକୁ ନେଇ ଛନକା ପଶିଛି। କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୧୫୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅମୃତସରର ବିଭିନ୍ନ ହସ୍ପିଟାଲରେ ପ୍ରସ୍ତୁତ ହୋଇଥିବା […]

Flight

Hemant Lenka
  • Published: Friday, 07 January 2022
  • , Updated: 15 January 2022, 10:21 AM IST

ଅମୃତସର: ପୁଣିଥରେ ଇଟାଲୀରୁ ଆସିଥିବା ଗୋଟିଏ ବିମାନରେ କରୋନା ବିସ୍ଫୋରଣ ହୋଇଛି। ଇଟାଲୀର ରୋମରୁ ପଞ୍ଜାବର ଅମୃତସର ଆସିଥିବା ବିମାନରୁ ଏକଥରକେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ବିମାନରେ ମୋଟ ୨୯୦ ଜଣ ଯାତ୍ରୀ ଥିଲେ। ଏବେ ୧୫୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଅନ୍ୟମାନଙ୍କ ମନରେ ସଂକ୍ରମଣକୁ ନେଇ ଛନକା ପଶିଛି।

କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୧୫୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅମୃତସରର ବିଭିନ୍ନ ହସ୍ପିଟାଲରେ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ସୁସ୍ଥ ଥିବା ପ୍ରଶାସନ କହିଛି।

ଏହାପୂର୍ବରୁ ଗୁରୁବାର ଇଟାଲୀରୁ ଅମୃତସର ଆସିଥିବା ଆଉ ଏକ ବିମାନରୁ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ବିମାନଟି ଇଟାଲୀର ମିଲାନରୁ ଆସିଥିଲା। ପର୍ତ୍ତୁଗାଲର ୟୁରୋଆଣ୍ଟଲାଟିକ ଏୟାରୱେଜ କମ୍ପାନୀର ବିମାନରେ ଏହି ଲୋକମାନେ ଅମୃତସକୁ ଆସିଥିଲେ।

ଇଟାଲୀରେ ସଂକ୍ରମଣ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଆଟ ରିସ୍କ ଦେଶ ତାଲିକାରେ ରଖିଛି। ଏହାର ଅର୍ଥ ସେଠାରୁ ଆସୁଥିବା ସମସ୍ତ ଯାତ୍ରୀ ଭାରତରେ ପହଞ୍ଚିବା ପରେ କରୋନା ଟେଷ୍ଟ କରାଇବେ। ଏହିକ୍ରମରେ ସେମାନେ ଇଟାଲୀରୁ ଆସିବା ପରେ ଅମୃତସରେ କରୋନା ଟେଷ୍ଟ କରିଥିଲେ। ଏହି ସମୟରେ ବିମାନରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।


ଶୁକ୍ରବାର ଭାରତ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ କିଛି ଦେଶକୁ ଆଟ ରିସ୍କ ତାଲିକାରେ ସାମିଲ କରିଛନ୍ତି। ଏହା ମଧ୍ୟରେ କଙ୍ଗୋ, ଇଥୋପିଆ, କେନିୟା, ନାଇଜେରିଆ, ତୁନିସିଆ, ଜାମ୍ବିଆ ଓ କାଜାକିସ୍ତାନ ରହିଛନ୍ତି। ଏହି ଦେଶରୁ ଆସୁଥିବା ଲୋକମାନେ ଏୟାରପୋର୍ଟରେ କରୋନା ଟେଷ୍ଟ କରିବେ। ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସେମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।

Related story