ଅକ୍ସିଜେନ ସଙ୍କଟର ଭୟଙ୍କର ଦୃଶ୍ୟ: ହସ୍ପିଟାଲରେ ଚାଲିଗଲା ୩୧ ଜୀବନ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅକ୍ସିଜେନ ଅଭାବରୁ ଦିଲ୍ଲୀ ଓ ପଞ୍ଜାବରେ ୩୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତ ଓ ସେମାନେ ଅକ୍ସିଜେନ ସହାୟତାରେ ବଞ୍ଚି ରହିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ଜୟପୁର ଗୋଲଡେନ ହସ୍ପିଟାଲରେ ୨୫ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨୫ ଜଣ ଯାକ ରୋଗୀ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଅକ୍ସିଜେନ […]

Corona

Corona

Hemant Lenka
  • Published: Saturday, 24 April 2021
  • Updated: 24 April 2021, 03:09 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅକ୍ସିଜେନ ଅଭାବରୁ ଦିଲ୍ଲୀ ଓ ପଞ୍ଜାବରେ ୩୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତ ଓ ସେମାନେ ଅକ୍ସିଜେନ ସହାୟତାରେ ବଞ୍ଚି ରହିଥିଲେ।

ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ଜୟପୁର ଗୋଲଡେନ ହସ୍ପିଟାଲରେ ୨୫ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨୫ ଜଣ ଯାକ ରୋଗୀ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଥିଲେ। ତେବେ ସେମାନଙ୍କ ପାଖକୁ ଠିକ୍‌ ଭାବେ ଏହା ଯୋଗାଣ ହୋଇ ନପାରିବାରୁ ଗତକାଲି ସମସ୍ତଙ୍କର ମୃତ୍ୟୁ ଘଟିଛି।

ଜୟପୁର ଗୋଲଡେନ ହସ୍ପିଟାଲର ନିର୍ଦ୍ଦେଶକ ଡା ଡିକେ ବାଲୁଜା କହିଛନ୍ତି, “ସରକାରଙ୍କ ପକ୍ଷରୁ ଆମ ପାଇଁ ୩.୫ ମେଟ୍ରିକ ଟନ୍‌ର ଅମ୍ଳଜାନ ଅନୁମୋଦିତ ହୋଇଥିଲା। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଅମ୍ଳଜାନ ଟ୍ୟାଙ୍କର ଆମ ପାଖରେ ପହଞ୍ଚିବାର ଥିଲା। କିନ୍ତୁ ଏଗୁଡ଼ିକ ମଧ୍ୟରାତ୍ର ବେଳକୁ ହସ୍ପିଟାଲରେ ପହଞ୍ଚିଥିଲା।

ଅକ୍ସିଜେନ ଯୋଗାଣରେ ବିଭ୍ରାଟ ହେବାରୁ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୧୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ମଧ୍ୟ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଛନ୍ତି।” ଦିଲ୍ଲୀର ମୁଲଚାନ୍ଦ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ସଙ୍କଟର ସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ ଅକ୍ସିଜେନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଆମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ବଡ଼ଧରଣର ମାନବ ଟ୍ରାଜେଡି ଘଟିବାର ଆଶଙ୍କା ରହିଛି। ଆମେ ଏଇ ଭିତରେ ୨୫ ଜୀବନ ହରାଇ ସାରିଲୁଣି। ଆମେ ପାଖରେ ଅକ୍ସିଜେନର ସଙ୍କଟ ରହିଛି। ଦୟାକରି ଆପଣ ଲୋକଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବର ଅମୃତସରରେ ଥିବା ଗୋଟିଏ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ ଲୋକଙ୍କ ଜୀବନ ଯାଇଛି। ପରିବାର ଲୋକ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିବା ବେଳେ ହସ୍ପିଟାଲ ପକ୍ଷରୁ ପ୍ରଶାସନିକ ଅବହେଳା ପାଇଁ ଏପରି ଘଟିଥିବା କହିଛନ୍ତି।

ନୀଳକଣ୍ଠ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬ ଜଣ ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୫ ଜଣ କରୋନା ଆକ୍ରାନ୍ତ ରହିଥିଲେ। ହସ୍ପିଟାଲର ନିର୍ଦ୍ଦେଶକ ଡା ସୁନୀଲ ଦେବଗାନ କହିଛନ୍ତି, “ଆମେ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲୁ।

ଯେଉଁ ହସ୍ପିଟାଲରେ କରୋନା ରୋଗୀ ନାହାନ୍ତି, ସେଠାରେ ଆବଶ୍ୟକ ଠାରୁ ଅଧିକ ପରିମାଣର ଅକ୍ସିଜେନ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଆମେ ସବୁ ପ୍ରକାରର ଭିତ୍ତିଭୂମିକୁ ବ୍ୟବହାର କରି ରୋଗୀଙ୍କୁ ସେବାକୁ ଯୋଗାଇ ଦେଇଥିଲୁ। ଆମ ଦ୍ୱାରା ଯାହା ସମ୍ଭବ, ଆମେ ସବୁ କିଛି କରିଥିଲୁ। କିନ୍ତୁ ଯଦି ସରକାର ଆମକୁ ସହଯୋଗ କରିବାକୁ ଚାହୁଁନାହାନ୍ତି, ତା’ହେଲେ ଘରୋଇ ହସ୍ପିଟାଲକୁ ବନ୍ଦ କରିଦିଅନ୍ତୁ। ଆମେ କୁଆଡ଼େ ଯିବୁ?” ଏବେ ପଞ୍ଜାବ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story