ହେଲମେଟ୍ ନାହିଁ କି ଲାଇସେନ୍ସ ନାହିଁ, ବିଜେପି ସାଂସଦଙ୍କ କଟିଲା ୪୧ ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ: ଆଇନ ଭାଙ୍ଗୁଛନ୍ତି ଆଇନ ନିର୍ମାଣକାରୀ। ନିୟମ ଭଙ୍ଗ କରିବା ଜଣେ ସାଂସଦଙ୍କୁ ମହଙ୍ଗା ପଡିଛି। ଟ୍ରାଫିକ ନିୟମକୁ ଉଲ୍ଲଙ୍ଘନ କରି ଫସିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ। ତାଙ୍କ ନାଁରେ ମୋଟା ଅଙ୍କର ଚାଲାଣ କାଟିଛି ଟ୍ରାଫିକ ପୁଲିସ। ୧୦୦ କି ୫୦୦ ନୁହଁ ଏକାଥରକେ ୪୧ ହଜାର ଟଙ୍କାର ଚାଲାଣ କାଟିଛି ପୁଲିସ।
ରାଜଧାନୀ ଦିଲ୍ଲୀ ରାସ୍ତାରେ ରାଲି ବେଳେ ଟ୍ରାଫିକ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ। ବୁଧବାର ବାଇକ୍ ଉପରେ ବସି ସାଂସଦ ମନୋଜ ତିୱାରୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଥିଲେ। ତେବେ ଏହି ସମମରେ ତାଙ୍କ ମୁଣ୍ଡରେ ନା ହେଲମେଟ୍ ଥିଲା ନା ଗାଡିର ଲାଇସେନ୍ସ ଏପରିକି ତାଙ୍କ ପାଖରେ ପଲ୍ୟୁସନ ସାର୍ଟିଫିକେଟ୍ ମଧ୍ୟ ନଥିଲା। ତାଙ୍କ ସହ ସମର୍ଥକଙ୍କ ଭିଡ ମଧ୍ୟ ଥିଲା। ଏହି ଘଟଣା ସିସିଟିଭି ଫୁଟେଜ ପହଞ୍ଚିବା ପରେ ଆକ୍ସନ ମୁଡକୁ ଆସିଛି ଦିଲ୍ଲୀ ଟ୍ରାଫିକ୍ ପୁଲିସ। ତାଙ୍କ ନାଁରେ ୪୧ ହଜାର ଟଙ୍କା ଚାଲାଣ କଟାଯାଇଛି।
Very Sorry for not wearing helmet today. I will pay the challan @dtptraffic 🙏 .. clear number plate of vehicle is shown in this photo and location was Red Fort.
आप सब से निवेदन है कि बिना हेल्मेट two wheeler नही चलायें #DriveSafe family and friends need you 🙏 pic.twitter.com/MrhEbcwsxZ— Manoj Tiwari 🇮🇳 (@ManojTiwariMP) August 3, 2022
ଗତକାଲି ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଆୟୋଜନ ହୋଇଥିବା ବାଇକ୍ ରାଲିରେ ସାମିଲ ହୋଇଥିଲେ ବିଜେପି ସାଂସଦ ମନୋଜ ତିୱାରୀ। ସମର୍ଥକଙ୍କ ସମୟ ସହ ଦୁଇ ଚକିଆ ଯାନରେ ବସି ରାଜଧାନୀର ରାଜରାସ୍ତାରେ ବୁଲିଥିଲେ। ତେବେ ଏହି ରାଲିରେ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ହିଁ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ବୋଧହୁଏ ତାଙ୍କର ଜନ ପ୍ରତିନିଧୀ (ଲୋକସଭା ସାଂସଦ ମନୋଜ ତିୱାରୀ) ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖି ଦୁଇ ଚକିଆ ଯାନରେ ତାଙ୍କ ସହ ବୁଲୁଥିବା ସମର୍ଥକମାନେ ମଧ୍ୟ ଆଇନକୁ ଭୟ କରିନଥିଲେ।
ତେଣୁ ଜନତାଙ୍କ ସହ ଜଡିତ ଅଧିକାଂଶ ବ୍ୟକ୍ତି ମଧ୍ୟ ହେଲମେଟ ନ ପିନ୍ଧି ରାଲିରେ ପହଞ୍ଚିଥିଲେ। ସାଂସଦଙ୍କ ଖୋଲାଖୋଲି ଭାବେ ଏଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ ସୋଶାଲ ମିଡିଆରେ ଅଭିଯୋଗ ହେବା ପରେ ଟ୍ରାଫିକ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲାଣ କାଟିଛି। ଏହା ପରେ ମନୋଜ ତିୱାରୀ ନିଜର ଏହି ଭୁଲ୍ ପାଇଁ ଟ୍ୱିଟ୍ କରି କ୍ଷମା ମାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।