୫୫୦ କୋଟି ଟଙ୍କାର ବେନାମି ସମ୍ପତ୍ତି ଠାବ କଲା ଆୟକର ବିଭାଗ

ହାଇଦ୍ରାବାଦ: ବେନାମି ସମ୍ପତ୍ତି ଠାବ କଲା ଆୟକର ବିଭାଗ।  ହାଇଦ୍ରାବାଦ ସ୍ଥିତ ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଚଢ଼ାଉ କରିଥିଲା ଆୟକର ବିଭାଗ। ଉକ୍ତ କମ୍ପାନୀରେ ୫୫୦ କୋଟି ଟଙ୍କାର ବେନାମି ସମ୍ପତ୍ତି ଠାବ କରିଛି ଆୟକର ବିଭାଗ। ସେଥିରେ ୧୪୨ କୋଟିରୁ ଅଧିକ କ୍ୟାସ ରହିଛି। ହେଲେ ଏନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଗତ ଅକ୍ଟୋବର ୬ ତାରିଖରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ଜାଗାରେ ଚଢ଼ାଉ […]

money-1

money-1

Tapas Behera
  • Published: Saturday, 09 October 2021
  • Updated: 09 October 2021, 07:09 PM IST

Sports

Latest News

ହାଇଦ୍ରାବାଦ: ବେନାମି ସମ୍ପତ୍ତି ଠାବ କଲା ଆୟକର ବିଭାଗ।  ହାଇଦ୍ରାବାଦ ସ୍ଥିତ ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଚଢ଼ାଉ କରିଥିଲା ଆୟକର ବିଭାଗ। ଉକ୍ତ କମ୍ପାନୀରେ ୫୫୦ କୋଟି ଟଙ୍କାର ବେନାମି ସମ୍ପତ୍ତି ଠାବ କରିଛି ଆୟକର ବିଭାଗ। ସେଥିରେ ୧୪୨ କୋଟିରୁ ଅଧିକ କ୍ୟାସ ରହିଛି। ହେଲେ ଏନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଗତ ଅକ୍ଟୋବର ୬ ତାରିଖରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ଜାଗାରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଉକ୍ତ କମ୍ପାନୀ ପରିଚାଳିତ କେତେକ ବ୍ୟାଙ୍କ ଲକର ଠାବ କରାଯାଥିବା ବେଳେ ସେଥିରୁ ୧୬ଟି ଅପରେଟ ହେଉଥିବା ଜଣାପଡ଼ିଛି। ତେବେ ୧୪୨ କୋଟି ଟଙ୍କା(କ୍ୟାସ) ଜବତ କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି କମ୍ପାନୀ ବେନିୟମ ଭାବେ ୫୫୦ କୋଟି ଟଙ୍କା ସମ୍ପତ୍ତି ହାତେଇ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି। ଏହି କମ୍ପାନୀର ଅଧିକାଂଶ ଉତ୍ପାଦନ ଆମେରିକା, ଦୁବାଇ ଏବଂ କେତେକ ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶକୁ ରପ୍ତାନି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos