Advertisment

ଉତ୍ତରପ୍ରଦେଶ: ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ସ୍କେଚ୍ ଜାରି କଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଗତ ଗୁରୁବାର ହୋଇଥିବା ଏକ ଜଘନ୍ୟ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଛ’ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ କରାଯିବା ପରେ ବର୍ବରତାର ସହ ଦୁଷ୍କର୍ମ କରାଯାଇଛି। ଏଭଳି ଏକ ଜଘନ୍ୟ ଅପରାଧ ଘଟିବାର ୪ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରିପାରିନାହିଁ। ଶିଶୁକନ୍ୟାର ପରିବାର ଲୋକ ଏବଂ ପଡ଼ୋଶୀଙ୍କ ସହ ଆଲୋଚନା କରିବା ପରେ ପୁଲିସ ତିନୋଟି ସ୍କେଚ୍ ଜାରି କରିଛି, ଯାହା ଜଣେ ବ୍ୟକ୍ତିଙ୍କର […]

ଉତ୍ତରପ୍ରଦେଶ: ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ସ୍କେଚ୍ ଜାରି କଲା ପୁଲିସ

up

Advertisment

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଗତ ଗୁରୁବାର ହୋଇଥିବା ଏକ ଜଘନ୍ୟ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଛ'ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ କରାଯିବା ପରେ ବର୍ବରତାର ସହ ଦୁଷ୍କର୍ମ କରାଯାଇଛି। ଏଭଳି ଏକ ଜଘନ୍ୟ ଅପରାଧ ଘଟିବାର ୪ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରିପାରିନାହିଁ। ଶିଶୁକନ୍ୟାର ପରିବାର ଲୋକ ଏବଂ ପଡ଼ୋଶୀଙ୍କ ସହ ଆଲୋଚନା କରିବା ପରେ ପୁଲିସ ତିନୋଟି ସ୍କେଚ୍ ଜାରି କରିଛି, ଯାହା ଜଣେ ବ୍ୟକ୍ତିଙ୍କର ମଧ୍ୟ ହୋଇପାରେ।

Advertisment

ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଦିଲ୍ଲୀଠାରୁ ପ୍ରାୟ ୧୦୦ କି.ମି. ଦୂରତା ମଧ୍ୟରେ ଥିବା ଗଢ଼ ମୁକ୍ତେଶ୍ୱର ଅଞ୍ଚଳରେ ସ୍ଥିତ ତାଙ୍କ ଘର ସାମ୍ନାକୁ ଅପହରଣ କରାଯାଇଥିଲା। ବାଇକ୍ ଯୋଗେ ଆସି ଜଣେ ବ୍ୟକ୍ତି ନାବାଳିକାଙ୍କୁ ଉଠାଇ ନେଇଥିବା କୁହାଯାଉଛି। ଏହାପରେ ପରିବାର ଲୋକ ନାବାଳିକାଙ୍କ ନିଖୋଜ ହୋଇଥିବା ନେଇ ପୁଲିସ ଅଭିଯୋଗ କରିଥିଲେ। ହେଲେ ପରଦିନ ଗାଁଠାରୁ ଅଳ୍ପ ଦୂରରେ ବୁଦା ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ସେ ଅଚତ୍ ଥିଲେ।

ବର୍ତ୍ତମାନ ପୀଡ଼ିତା ହସ୍ପିଟାଲରେ ଚିକିତ୍ସାରତ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ମଧ୍ୟ ଜୀବନ ପ୍ରତି ବିପଦ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ମେଡିକାଲ ଯାଞ୍ଚ ହେବା ପରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଏହାରି ଭିତରେ ଶିଶୁକନ୍ୟାଙ୍କ ଏକ ସର୍ଜରୀ ମଧ୍ୟ ହୋଇସାରିଛି। ତେବେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ତାଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଦେଶର ରାଜଧାନୀ ଦିଲ୍ଲୀରେ ନିକଟରେ ୧୨ ବର୍ଷର ନାବାଳିକାଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଥିଲା। ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଘରେ ପଶି ତାଙ୍କ ସହ ବର୍ବର କାଣ୍ଡ ଭିଆଇଲା ଏବଂ ତାଙ୍କ ଶରୀରକୁ କ୍ଷତ ବିକ୍ଷତ କରିଦେଲା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଛନ୍ତି। ସେପଟେ ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି।

Uttar Pradesh Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe