୭୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା, ଆଇନ ମନ୍ତ୍ରୀଙ୍କ ନାଁରେ ୱାରେଣ୍ଟ

ପାଟନା: ନୂଆ କରି ବିହାରରେ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା। ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା। ସେହିପରି ବିହାରର ଆଇନ କାର୍ତ୍ତିକେୟ ସିଂହଙ୍କ ନାଁରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି। ମଙ୍ଗଳବାର ନୀତୀଶ କୁମାର ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ। ମୋଟ ୩୧ ଜଣ ସଦସ୍ୟ […]

Nitish-kumar

  • Published: Wednesday, 17 August 2022
  • , Updated: 17 August 2022, 06:32 PM IST

ପାଟନା: ନୂଆ କରି ବିହାରରେ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା। ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା। ସେହିପରି ବିହାରର ଆଇନ କାର୍ତ୍ତିକେୟ ସିଂହଙ୍କ ନାଁରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି।

ମଙ୍ଗଳବାର ନୀତୀଶ କୁମାର ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ। ମୋଟ ୩୧ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ହେଲେ ଏହାର ଦିନକ ପରେ ଖୋଦ ରାଜ୍ୟର ଆଇନ ମନ୍ତ୍ରୀଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଖବର ପ୍ରକାଶ ପାଇଛି। ଅଗଷ୍ଟ ୧୬ରେ ଆରଜେଡି ନେତା ଶ୍ରୀ ସିଂହ ଦାନାପୁର କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା।

ତାଙ୍କ ନାଁରେ ଗୋଟିଏ ଅପହରଣ ମାମଲା ଥିବାରୁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ହାଜର ହେବା ପରିବର୍ତ୍ତେ ବିହାରର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିପାଇଁ ତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମ(ଏଡିଆର)ର ରିପୋର୍ଟ ଅନୁସାରେ ବିହାରରେ ନୂଆ କରି ମନ୍ତ୍ରୀ ହୋଇଥିବା ପ୍ରାୟ ୭୦%ରୁ ଅଧିକ ସଦସ୍ୟଙ୍କ ନାଁରେ ଅପରାଧିକ ମାମଲା ରହିଛି। ବିହାରର କ୍ୟାବିନେଟରେ ଥିବା ୩୩ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଥିବା ଅପରାଧିକ ମାମଲାର ବିଶ୍ଲେଷଣ କରାଯାଇଥିଲା।

ଏମାନଙ୍କ ମଧ୍ୟରୁ ୨୭ ଜଣ ଅର୍ଥାତ ୭୨% ସଦସ୍ୟ ନିଜ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ରଖିଛନ୍ତି। ଏମାନଙ୍କ ମଧ୍ୟରୁ ୧୭ ଜଣ ବା ୫୩% ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। ସରକାରରେ ଆରଜେଡିର ୧୭ ଜଣ ନେତା ମନ୍ତ୍ରୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ ଜଣ ବା ୮୮%ଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି ୧୧ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି।

ଅନ୍ୟପକ୍ଷରେ ଜେଡିୟୁରୁ ମନ୍ତ୍ରୀ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। କ୍ୟାବିନେଟରେ କଂଗ୍ରେସର ୨ ଜଣ ସଦସ୍ୟ ଥିବା ବେଳେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରହିଛି।

Related story