ନୂଆଦିଲ୍ଲୀ: ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଗୁରୁବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତାଞ୍ଜାନିଆର ପ୍ରଖ୍ୟାତ ଔପନ୍ୟାଶିକ ଅବଦୁଲ ରଜାକ୍ ଗୁରନାହ ଏହି ସମ୍ମାନଜନକ ପୁରୁସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍ୱେଦିଶ ଏକାଡେମି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ପିଲା ବେଳୁ ଜଞ୍ଜିବାର୍ ଦ୍ୱୀପରେ ବଢ଼ିଥିଲେ ଅବଦୁଲ ରଜାକ୍। ପିଲାବେଳୁ ଯନ୍ତ୍ରଣାସିକ୍ତ ଜୀବନ ଆରମ୍ଭ କରିଥିବା ଅବଦୁଲ ରଜାକ୍ ୧୯୬୦ରେ ଶରଣାର୍ଥୀ ଭାବେ ଇଂଲଣ୍ଡରେ ପହଞ୍ଚି ଥିଲେ ।
ଗଲଫ୍ ଏବଂ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଶଢ଼ୁଥିବା ରିଫ୍ୟୁଜିମାନଙ୍କର ଦୁର୍ଦ୍ଦଶାକୁ ନେଇ ସେ ଲେଖିଥିବା ଉପନ୍ୟାସଟି ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚତ ହୋଇଛି। ସେହିପରି ରିଫ୍ୟୁଜିମାନଙ୍କ ଉପରେ ଉପନିବେଶବାଦର ନିର୍ଦ୍ଦୟ ଅତ୍ୟଚାରକୁ ନେଇ ସେ ତାଙ୍କ ଉପନ୍ୟାସରେ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି। ଏହି ପୁରସ୍କାର ବାବଦରେ 10 ମିଲିୟନ ସ୍ୱିଡେନ କ୍ରାଉନ୍ସ ମିଳିବ।
୭୩ ବର୍ଷର ଅବଦୁଲ ରଜାକ୍ ୧୦ରୁ ଊର୍ଦ୍ଧ୍ୱ ଉପନ୍ୟାସ ଲେଖିଛନ୍ତି। ଯେଉଁଥିରେ ପ୍ରସିଦ୍ଧ ‘ପାରାଡାଇଜ୍ ’ ସାମିଲ ଅଛି। ୧୯୪୮ ମସିହାରେ ଜଞ୍ଜିବାର୍ ଦ୍ୱୀପରେ ଜନ୍ମ ହୋଇଥିବା ଅବଦୁଲ ରଜାକ୍ ୧୯୬୦ ଦଶକରେ ଶରଣାର୍ଥୀ ଭାବରେ ଇଂଲଣ୍ଡରେ ପହଞ୍ଚିଥିଲେ। ସେ କେଣ୍ଟର୍ବେରୀ କେଣ୍ଟ ୟୁନିଭରସିଟିରେ ଇଂରାଜୀ ଏବଂ ପୋଷ୍ଟକଲୋନିଅଲ୍ ସାହିତ୍ୟର ପ୍ରଫେସର ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।