ଆସିଲା ସର୍ଭେ ରିପୋର୍ଟ: ୟୁପିରେ କ୍ଷତି ସହିବ ବିଜେପି, ପଞ୍ଜାବରେ କମାଲ୍‌ କରିବ ଆପ୍‌

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭରୁ ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଶେଷ କରି ଉତ୍ତର ପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ଉଷ୍ଣତା ଅଧିକ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ପଞ୍ଜାବ କମାଣ କଂଗ୍ରେସ ହାତରେ ରହିଛି। ତେଣୁ ଏହି ଦୁଇ ରାଜ୍ୟରେ ଏମାନେ କ୍ଷମତା ବଜାୟ […]

Team

Team

Hemant Lenka
  • Published: Friday, 03 September 2021
  • Updated: 03 September 2021, 08:57 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭରୁ ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଶେଷ କରି ଉତ୍ତର ପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ଉଷ୍ଣତା ଅଧିକ ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ପଞ୍ଜାବ କମାଣ କଂଗ୍ରେସ ହାତରେ ରହିଛି। ତେଣୁ ଏହି ଦୁଇ ରାଜ୍ୟରେ ଏମାନେ କ୍ଷମତା ବଜାୟ ରଖିପାରିବେ କି ନାହିଁ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଏସବୁ ଭିତରେ ଏବିପି-ସି ଭୋଟର ପକ୍ଷରୁ କରାଯାଇଥିବା ନିର୍ବାଚନୀ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଉତ୍ତର ପ୍ରଦେଶରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ଦାବି କରାଯାଇଥିଲେ ହେଁ ଦଳ ଅନେକ ଆସନ ହରାଇବ ବୋଲି ଆକଳନ କରାଯାଇଛି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ମୋଟ ୪୦୩ ଆସନରୁ ୩୦୬ଟି ସ୍ଥାନରେ ବିଜୟୀ ହୋଇଥିଲା। କିନ୍ତୁ ଏଥର ଦଳ ୨୫୯ରୁ ୨୬୭ ଆସନ ପାଇପାରେ।

ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୦୯ରୁ ୧୧୭ଟି, ମାୟାବତୀଙ୍କ ବିଏସ୍‌ପି ୧୨ରୁ ୧୬, କଂଗ୍ରେସ ୩ରୁ ୭ ଓ ଅନ୍ୟାନ୍ୟ ଦଳ ୬ରୁ ୧୦ଟି ଆସନ ଜିତି ପାରନ୍ତି ବୋଲି ସର୍ଭେ ସଂସ୍ଥା ଆକଳନ କରିଛି।

ମହାମାରୀ କରୋନାକୁ ଠିକ୍‌ ଭାବେ ଉତ୍ତର ପ୍ରଦେଶର ଯୋଗୀ ସରକାର ମୁକାବିଲା କରି ପାରି ନଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏଥିପାଇଁ ସର୍ଭେ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକଳାପରେ କେତେ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି, ସେକଥା ପଚରା ଯାଇଥିଲା।

ଏହି ସୟମରେ ୪୪% ଲୋକ ଯୋଗୀଙ୍କ କାମରେ ଅଧିକ ସନ୍ତୁଷ୍ଟ ଥିବା କହିଥିବା ବେଳେ ୧୮% କମ ସନ୍ତୁଷ୍ଟ, ୩୭% ଲୋକ ଆଦୌ ସନ୍ତୁଷ୍ଟ ନୁହନ୍ତି ଓ ୧% ଲୋକ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।

ପଞ୍ଜାବ

ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ସରକାର ହାତରୁ ଶାସନ ଚାଲିଯିବାର ଆଶଙ୍କା ପ୍ରକାଶ କରିଛି ଏବିପି-ସି ଭୋଟର ସର୍ଭେ। ସର୍ଭେ ସଂସ୍ଥା କହିଛି ଯେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସବୁଠାରୁ ବଡ଼ଦଳ ଭାବେ ଉଭା ହେବାର ସମ୍ଭାବନା ରହିଛି। ପଞ୍ଜାବର ୧୧୭ଟି ବିଧାନସଭା ଆସନରୁ କ୍ଷମତାସୀନ କଂଗ୍ରେସ ୩୮ରୁ ୪୬ଟି ସ୍ଥାନରେ ଜିତିବାକୁ ଥିବା ବେଳେ ଆପ୍‌ ୫୧ରୁ ୫୭ଟି ଆସନ ଦଖଲ କରିବ।

ସର୍ଭେ ଅନୁସାରେ, ପଞ୍ଜାବର ୧୮% ଲୋକ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ୨୨% ଲୋକ କେଜ୍ରିୱାଲ, ୧୯% ଲୋକ ସୁଖବିନ୍ଦର ସିଂହ ବାଦଲ, ୧୬% ଲୋକ ଭଗବନ୍ତ ସିଂହ ମାନ, ୧୫% ଲୋକ ନବଜୋତ ସିଂହ ସିଦ୍ଧୁ ଓ ୧୦% ଲୋକ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ରହିଛନ୍ତି।

ଉତ୍ତରାଖଣ୍ଡ

ଉତ୍ତର ପ୍ରଦେଶ ଭଳି ଉତ୍ତରାଖଣ୍ଡରେ ମଧ୍ୟ ବିଜେପି କ୍ଷମତା ବଜାୟ ରଖିବ ବୋଲି ସର୍ଭେରୁ ଜଣାପଡ଼ିଛି। ବିଧାନସଭା ନିର୍ବାଚନରେ ବିଜେପି ୪୪ରୁ ୪୮ଟି ସିଟ, କଂଗ୍ରେସ ୧୯ରୁ ୨୩, ଆପ୍‌ ୦ରୁ ୪ଟି ଓ ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତିପାରନ୍ତି। ଉତ୍ତରାଖଣ୍ଡ ସରକାରଙ୍କ କାର୍ଯ୍ୟକଳାପରେ ୩୬% ଲୋକ ସନ୍ତୁଷ୍ଟ ଥିବା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଆପ୍‌ ଜୋରଦାର ଲଢ଼େଇ କରିବ ବୋଲି ଘୋଷଣା କରିଥିଲା। ହେଲେ ସର୍ଭେ ସଂସ୍ଥା ବିଜେପିକୁ ବିଜୟୀ ଘୋଷଣା କରିଛି।

ଗୋଆ

ଏବିପି ସର୍ଭେ ରିପୋର୍ଟ ଅନୁଯାୟୀ, ଗୋଆରେ ବିଜେପିକୁ ୩୯%, କଂଗ୍ରେସକୁ ୧୫%, ଆପ୍‌କୁ ୨୨% ଓ ଅନ୍ୟାନ୍ୟ ଦଳକୁ ୨୪% ଭୋଟ ମିଳିବାର ସମ୍ଭାବନା ରହିଛି। ଗୋଆରେ ବିଜେପି ପୁଣି ସରକାର ଗଠନ କରିପାରେ। ଦଳକୁ ଏଠାରେ ୨୨ରୁ ୨୬ଟି ଆସନ, କଂଗ୍ରେସକୁ ୩ରୁ ୭ଟି ଆସନ, ଆପ୍‌କୁ ୪ରୁ ୮ଟି ଆସନ ଓ ଅନ୍ୟାନ୍ୟ ଦଳକୁ ୩ରୁ ୭ଟି ଆସନ ମିଳିପାରେ।

ମଣିପୁର

ସର୍ଭେ ସଂସ୍ଥା କହିଛି ଯେ ମଣିପୁରରେ ମଧ୍ୟ ବିଜେପି ଖାତାକୁ ୪୦% ଭୋଟ ଯିବ। ଏହା ବ୍ୟତୀତ କଂଗ୍ରେସକୁ ୩୫%, ଏନପିଏଫ ୭% ଓ ଅନ୍ୟାନ୍ୟ ଦଳକୁ ୧୮% ଭୋଟ ମିଳିବ। ଏହାର ଅର୍ଥ କଂଗ୍ରେସକୁ ୧୮ରୁ ୨୨ଟି ଆସନ, ବିଜେପିକୁ ୩୨ରୁ ୩୬ଟି, ଏନପିଏଫକୁ ୨ରୁ ୬ ଓ ଅନ୍ୟାନ୍ୟ ଦଳ ୦ରୁ ୪ଟି ଆସନ ଜିତି ପାରନ୍ତି। ଏଠାରେ ମଧ୍ୟ ପୁଣି ସରକାର ଗଠନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story