ବାହାଘର ସାରି ଫେରିବା ବେଳେ ଟ୍ରକ୍ ସହ ପିଟି ହେଲା ବୋଲେରୋ, ୮ ମୃତ
ଲକ୍ଷ୍ନୌ: ବିବାହ ସାରି ଫେରୁଥିଲେ, ହେଲେ ବାଟରେ ଜଗି ବସିଥିଲା ଯମ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ପିଟି ହୋଇଥିଲା ବୋଲେରୋ। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି। ଏହି ବୋଲେରୋରେ ମୋଟ ୧୧ ଜଣ ଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରତର ରହିଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା।
ପୁଲିସ ସୂଚନା ମୁତାବକ, ବିବାହ ସାରି ବୋଲେରୋରେ ମୋଟ ୧୧ ଜଣ ବ୍ୟକ୍ତି ଘରକୁ ଫେରୁଥିଲେ। ତେବେ ବିଳମ୍ବିତ ରାତିରେ ହଠାତ୍ କଟୟା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ବୋଲେରୋଟି ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସେପଟେ ଏହି ସଡକ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ପିଏମ୍ଏନ୍ଆର୍ଏଫ୍ ଜରିଆରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ୨ ଲକ୍ଷ ଲେଖାଏଁ ଓ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବାକୁ ଘୋଷଣା ହୋଇଛି। ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଉଚିତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
उत्तर प्रदेश: सिद्धार्थनगर ज़िले में NH28 पर 11 लोगों को ले जा रही एक जीप के खड़े ट्रक से टकराने के कारण 8 लोगों की मृत्यु हो गई।
मुख्यमंत्री ने सड़क हादसे में लोगों की मृत्यु पर गहरा शोक व्यक्त किया। उन्होंने घायल लोगों को उचित इलाज मुहैया कराने के निर्देश दिए है। pic.twitter.com/Gj1gq5tIoH
— ANI_HindiNews (@AHindinews) May 22, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।