ନୂଆଦିଲ୍ଲୀ: କଂଗ୍ରେସ ଓ ବିଏସପି ମଧ୍ୟରେ କଳି ତୀବ୍ର ହୋଇଛି। ପରସ୍ପର ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ। ରାହୁଲ ଗାନ୍ଧିଙ୍କୁ ଜବାବ ଦେଇଥିବା ମାୟାବତୀଙ୍କୁ ପୁଣି ଥରେ କାଉଣ୍ଟର ଆଟାକ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ମଲ୍ଲକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, କଂଗ୍ରେସ ସର୍ବଦା ଲୋକଙ୍କ ପାଇଁ କାମ କରୁଛି। ଲୋକଙ୍କ ପ୍ରସଙ୍ଗକୁ ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ କଂଗ୍ରସ ଲଢ଼େଇ କରିଛି। ସଂସଦ ବାହାରେ ମଧ୍ୟ ସମାନ ଆଭିମୁଖ୍ୟକୁ ଅପାଣେଇଛି ଦଳ। କଂଗ୍ରେସ ସବୁବେଳେ ଲୋକଙ୍କ ସ୍ୱାର୍ଥ ପାଇଁ ରହିଛି । ଇଡି ଏବଂ ସିବିଆଇ ଭୟରେ ମାୟାବତୀ ନିର୍ବାଚନ ଲଢ଼ିବାକୁ ଭୟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମନ୍ତ୍ୟବ୍ୟ ଦେବା ପରେ ଏହାର ଜବାବ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।
ସେ କହିଛନ୍ତି ଯେ, ଅନ୍ୟମାନଙ୍କ ବିଷୟରେ ବିବୃତ୍ତି ଦେବା ପୂର୍ବରୁ ରାହୁଲ ଗାନ୍ଧି ନିଜ ଘର ସଜାଡ଼ିବା ଉଚିତ। ସେ ଆହୁରି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ବିଏସପିକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ । ଏବେ ତାଙ୍କ ପୁଅ ସମାନ କାମ କରୁଛନ୍ତି। ରାହୁଲ ଗାନ୍ଧିଙ୍କ କଥାରେ କୌଣସି ସତ୍ୟତା ନାହିଁ। ପୂର୍ବରୁ ରାଜୀବ ଗାନ୍ଧି କାଂସୀ ରାମ ଗଣେସଙ୍କୁ ସିଆଇଏ ଏଜେଣ୍ଟ କହି ବିଏସିପିକୁ ବଦନାମ କରିବାକୁ ଉଦ୍ୟମ କରିଥିଲେ।
ଏବେ ନିଜ ବାପାଙ୍କ ପଥ ଅନୁସରଣ କରିଛନ୍ତି ରାହୁଲ ଗାନ୍ଧି। ମୁଁ କୁଆଡ଼େ ବିଜେପିର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ଭୟ କରୁଥିବା ରାହୁଲ କହିଛନ୍ତି। ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ ବୋଲି ସେ କହିଛନ୍ତି । ସେହପିରି କଂଗ୍ରେସ କୌଣସି ଅଫର ଦେଇ ନଥିବା ମାୟାବତୀ କହିଛନ୍ତି। ବିଜେପି ବିରୋଧରେ କଂଗ୍ରେସ ଦୁର୍ବଳ ପ୍ରଦର୍ଶନ କରିଛି। ଦଳ ନିଜ ସ୍ଥିତିକୁ ଅନୁଧ୍ୟାନ କରିବା ଉଚିତ ବୋଲି ମାୟାବତୀ କହିଛନ୍ତି।
ତେବେ ମାୟାବତୀଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇ ମଲ୍ଲିକାର୍ଜୁନ କହିଛନ୍ତି ଯେ, ବିଜେପି ଏବଂ ଆରଏସଏସ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚାହୁଛନ୍ତି। ତେଣୁ ବିଜେପି ବିରୋଧରେ ଏକାଠି ଲଢ଼ିବା ଜରୁରୀ ହୋଇପଡ଼ିଛି। କେନ୍ଦ୍ରରେ ଗୋଟିଏ ଦଳର ଉପସ୍ଥତି ନେଇ ବିଜେପି ଚେଷ୍ଟା କରୁଛି। ତେଣୁ ଏକାଠି ଶସକ୍ତ ହୋଇ ବିଜେପି ବିରୋଧରେ ଲଢ଼ିବା ଗୁରୁତ୍ୱପୂର୍ଣ୍ଣ ବୋଲି ମଲ୍ଲିକାର୍ଜୁନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।