କେବେ ଖୋଲିବ ସ୍କୁଲ୍? ଜବାବ ରଖିଲେ ଏମ୍ସ ନିର୍ଦ୍ଦେଶକ ଗୁଲେରିଆ

ନୂଆଦିଲ୍ଲୀ: କରୋନା  ମହାମାରୀର ପ୍ରଥମ ଲହର ଆରମ୍ଭ ହେବା ପାଖରୁ ସାରା ଦେଶର ସ୍କୁଲରେ ଥିବା ଶ୍ରେଣୀଗୃହରେ ତାଲା ପଡ଼ିଛି। ଯାହା ବି ପାଠ ପଢ଼ା ହେଉଛି ଅନ୍ ଲାଇନ୍ ମାଧ୍ୟମରେ। ଯଦିଓ ପ୍ରଥମ ଲହର କମିବା ପରେ ସ୍କୁଲ ଖୋଲିବ ବୋଲି ଆଶା କରାଯାଉଥିଲା କିନ୍ତୁ ଦ୍ୱିତୀୟ ଲହରର ପ୍ରଭାବ ଦେଖି ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏବେ ଟିକାକରଣ ଚାଲିଛି ଆଗକୁ ଛୋଟ ଛୁଆଙ୍କ ପାଇଁ ଟିକା ଆସିବ ବୋଲି […]

Randeep-Guleria

Randeep-Guleria

Subhransu Sekhar
  • Published: Sunday, 27 June 2021
  • Updated: 27 June 2021, 08:55 PM IST

Sports

Latest News

ନୂଆଦିଲ୍ଲୀ: କରୋନା  ମହାମାରୀର ପ୍ରଥମ ଲହର ଆରମ୍ଭ ହେବା ପାଖରୁ ସାରା ଦେଶର ସ୍କୁଲରେ ଥିବା ଶ୍ରେଣୀଗୃହରେ ତାଲା ପଡ଼ିଛି। ଯାହା ବି ପାଠ ପଢ଼ା ହେଉଛି ଅନ୍ ଲାଇନ୍ ମାଧ୍ୟମରେ। ଯଦିଓ ପ୍ରଥମ ଲହର କମିବା ପରେ ସ୍କୁଲ ଖୋଲିବ ବୋଲି ଆଶା କରାଯାଉଥିଲା କିନ୍ତୁ ଦ୍ୱିତୀୟ ଲହରର ପ୍ରଭାବ ଦେଖି ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏବେ ଟିକାକରଣ ଚାଲିଛି ଆଗକୁ ଛୋଟ ଛୁଆଙ୍କ ପାଇଁ ଟିକା ଆସିବ ବୋଲି ଜଣାପଡ଼ିଛି ତେଣୁ କେବେ ସ୍କୁଲ ଖୋଲିବ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ଏହାକୁ ନେଇ ଆଜି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ପ୍ରତିକ୍ରିୟାରେ କହିଛନ୍ତି, ଛୋଟ ଛୁଆଙ୍କ ପାଇଁ ଟିକା ଆସିବା ପରେ କେବେ ସ୍କୁଲ ଖୋଲିବ ଏବଂ ଛୋଟ ଛୁଆମାନେ ବାହାରକୁ ବାହାରିବେ ରାସ୍ତା ସଫା ହୋଇଯିବ। ଭାରତ ବାୟୋଟେକ, ଫାଇଜର ଏବଂ ଜାଇଡସ କାଡିଲା ଭଳି କମ୍ପାନୀ ଏବେ ଛୋଟ ଛୁଆଙ୍କ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି। ତିନି କମ୍ପାନୀର ଟିକା କ୍ଲନିକାଲ ଟ୍ରାଏଲା ଚାଲିଛି ବୋଲି ଗୁଲେରିଆ କହିଛନ୍ତି।

ଭାରତ ବାୟୋଟେକ କୋଭାକ୍ସିନ ଟିକା ତିଆରି କରୁଛି ୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ପାଇଁ। ଏହି ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଛି। ସେପ୍ଟେମ୍ୱର ଶେଷ ସୁଦ୍ଧା କ୍ଲିନିକାଲ ଟ୍ରାଏଲର ରେଜଲ୍ଟ ଆସିଯିବ ବୋଲି ସେ ଆଶା ରଖିଛନ୍ତି। ଏହାପରେ ଡିଜିସିଆଆଇ ଅନୁମତି ଦେବାର କିଛି ଦିନ ଭିତରେ ଛୋଟ ଛୁଆଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।

ସେହିପରି ଆମେରିକାର ଫାଇଜର କମ୍ପାନୀ ମଧ୍ୟ ଛୋଟ ଛୁଆଙ୍କ ପାଇଁ ଟିକା ତିଆରି କରୁଛି। ଯଦି ଏହି ଟିକା ଭାରତକୁ ମିଳିବ ତାହେଲେ ଏହା ମଧ୍ୟ ଏକ ବିକଳ୍ପ ହେବ। ସେହିପରି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଜାୟଡସ କାଡିଲା ମଧ୍ୟ ଟିକା ତିଆରି କରୁଛି। ଖୁବଶୀଘ୍ର ଏମାନେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପାଖରେ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବେ ବୋଲି ଜଣାପଡ଼ିଛି।

ସେ କହିଛନ୍ତି ଯେ ଯଦିଓ ପିଲାମାନଙ୍କର କୋଭିଡ -୧୯ ସଂକ୍ରମଣର ସାମାନ୍ୟ ଲକ୍ଷଣ ଥାଏ କିମ୍ୱା ଲକ୍ଷଣ ନଥାଏ, ତଥାପି ସେମାନେ ସଂକ୍ରମଣର ବାହକ ହୋଇପାରନ୍ତି। ଗତ ଦେଢ଼ ବର୍ଷ ମଧ୍ୟରେ କୋଭିଡ -୧୯ ମହାମାରୀ ପାଇଁ ପାଠ ପଢ଼ାରେ ଅନେକ କ୍ଷତି ହୋଇଛି। ତେଣୁ ସ୍କୁଲକୁ ଖୋଲିବା ଦରକାର। ଏଥିପାଇଁ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story