ପୁଣି ପଞ୍ଜାବ ରାଜନୀତିକୁ ଫେରିଲେ ପ୍ରଶାନ୍ତ କିଶୋର, ମିଳିଲା ଏହି ପଦ

ଅମୃତସର: କଂଗ୍ରେସକୁ ପଞ୍ଜାବରେ କ୍ଷମତା ଦଖଲ କରିବାରେ ସହଯୋଗ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ରାଜ୍ୟକୁ କମବ୍ୟାକ୍‌ କରିଛନ୍ତି। ୪ ବର୍ଷ ତଳେ ସେ କଂଗ୍ରେସ ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ରଣନୀତି ପ୍ରସ୍ତୁତ କରିଥିଲେ। ଏହାକୁ ଆଧାର କରି କଂଗ୍ରେସ ପଞ୍ଜାବରେ କ୍ଷମତା ମଧ୍ୟ ଦଖଲ କରିଥିଲା। ସେ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପ୍ରିନ୍ସପାଲ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଏ ସମ୍ପର୍କରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅମରିନ୍ଦର […]

Punjab

Hemant Lenka
  • Published: Monday, 01 March 2021
  • , Updated: 01 March 2021, 08:26 PM IST

ଅମୃତସର: କଂଗ୍ରେସକୁ ପଞ୍ଜାବରେ କ୍ଷମତା ଦଖଲ କରିବାରେ ସହଯୋଗ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ରାଜ୍ୟକୁ କମବ୍ୟାକ୍‌ କରିଛନ୍ତି। ୪ ବର୍ଷ ତଳେ ସେ କଂଗ୍ରେସ ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ରଣନୀତି ପ୍ରସ୍ତୁତ କରିଥିଲେ। ଏହାକୁ ଆଧାର କରି କଂଗ୍ରେସ ପଞ୍ଜାବରେ କ୍ଷମତା ମଧ୍ୟ ଦଖଲ କରିଥିଲା। ସେ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପ୍ରିନ୍ସପାଲ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଏ ସମ୍ପର୍କରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୁଁ ଖୁସିର ସହ କହିବାକୁ ଚାହେଁ ଯେ ପ୍ରଶାନ୍ତ କିଶୋର ମୋ ସହ ସାମିଲ ହୋଇ ମୋର ପ୍ରିନ୍ସିପାଲ ପରାମର୍ଶଦାତା ହୋଇଛନ୍ତି। ପଞ୍ଜାବର ବିକାଶ ପାଇଁ ଆମେ ଏକାଠି ହୋଇ ପୁଣି କାର୍ଯ୍ୟ କରିବୁ।”

ଦୀର୍ଘ ବର୍ଷ ହେଲାଣି ଏହି ପଦରେ ଯୋଗଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦେଇଥିଲେ। ଅମରିନ୍ଦର ସିଂହ ମୋ ପରିବାର ସଦସ୍ୟ ଭଳି। ମୁଁ ତାଙ୍କୁ କେବେ ହେଲେ ମନା କରିପାରିବି ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ କ୍ୟାବିନେଟ୍‌ ରାଙ୍କ ମିଳିବ। ତେବେ ଏଥିପାଇଁ ପ୍ରଶାନ୍ତ କିଶୋର ମାସିକ କେବଳ ୧ ଟଙ୍କା ଦରମା ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


୨୦୨୨ ପ୍ରଥମ ଭାଗରେ ପଞ୍ଜାବର ବିଧାନସଭା ନିର୍ବାଚନ ହେବ। ୨୦୧୭ରେ କଂଗ୍ରେସ ୧୧୭ଟି ଆସନରୁ ୭୭ଟିରେ ବାଜିମାତ କରିଥିଲା। ୨୦୧୨ରେ ଦଳ ମାତ୍ର ୪୬ଟି ଆସନ ଜିତି ବିଜେପି-ଅକାଳୀ ମେଣ୍ଟ ଠାରୁ ପରାସ୍ତ ହୋଇଥିଲା। ୨୦୧୭ ବିଧାନସଭା ନିର୍ବାଚନ ବେଳେ ପ୍ରଶାନ୍ତ କିଶୋର ଓ ତାଙ୍କ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ। ଏମାନେ ଯାହା ରଣନୀତି କରୁଥିଲେ କଂଗ୍ରେସର ନେତା ଓ କର୍ମୀ ଏହାକୁ ପାଳନ କରୁଥିଲେ। ଫଳରେ ଦଳ ପଞ୍ଜାବରେ କ୍ଷମତା ଦଖଲ କରିଥିଲା। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଦଳ ପୁଣି ପଞ୍ଜାବ ରାଜନୀତିକୁ ପ୍ରଶାନ୍ତ କିଶୋର ଫେରିଥିବା ଚର୍ଚ୍ଚା ହେଉଛି।

ଏବେ ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗରେ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତାଙ୍କ ପରାମର୍ଶକ୍ରମେ ମମତା ବାନାର୍ଜୀ ଆଣ୍ଡ କୋ କାର୍ଯ୍ୟ କରୁଛନ୍ତି।

Related story