ଅମରନାଥରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଗୁମ୍ଫା ଭିତରେ ଫସିଛନ୍ତି ଶ୍ରଦ୍ଧାଳୁ

ଶ୍ରୀନଗର: ଶୁକ୍ରବାର ଜମ୍ମୁ-କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ହୋଇଥିବା ବନ୍ୟାରେ ଅତି କମ୍ରେ ୧୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଆଉ କେତେକ ଶ୍ରଦ୍ଧାଳୁ ଗୁମ୍ଫା ଭିତରେ ମଧ୍ୟ ଫସି ରହିଥିବା ନେଇ ଆଇଟିବିପିର ପ୍ରବକ୍ତା ସୂଚନା ଦେଇଛନ୍ତି। ସେହିପରି ୪୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି।
ଗତକାଲି ଅମରନାଥରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁ ପବିତ୍ର ଗୁମ୍ଫାରେ ଫସିଥିଲା ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇ ପଞ୍ଜତରଣୀକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବନ୍ୟା ଯୋଗୁ ଗୁରୁତର ହୋଇଥିବା ଲୋକଙ୍କ ଚିକିତ୍ସା ସେନା କ୍ୟାମ୍ପରେ ଜାରି ରହିଛି। ଆଇଟିବିପି ଟିମ୍ ଅମରନାଥ ଗୁମ୍ଫା ନିକଟରେ ନିଖୋଜ ଥିବା ଲୋକଙ୍କୁ ଖୋଜୁଛି। ସର୍ଚ୍ଚ ଅପରେସନ୍ ଜୋରସୋରରେ ଚାଲିଛି।
ଗତକାଲି ସାଢ଼େ ୫ଟାରେ ଅମରନାଥରେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ବନ୍ୟା ଆସିଥିଲା। ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି। ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଣ୍ଟ ଭାସିଯାଇଥିବା ଅନୁମାନ କରାଯାଉଛି। ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ। ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ପୁଣିଥରେ ଏହି ଯାତ୍ରା ଆରମ୍ଭ ହେବ। ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି।
#AmarnathYatra
#ChinarCorps Cdr Lt Gen ADS Aujla on site to review the #Rescue Ops. The Corps Cdr interacted & assured all help for the locals & #Yatris.#AmarnathYatra2022#SANJY2022@NorthernComd_IA@adgpi pic.twitter.com/AtAcLOqIGk— Chinar Corps🍁 – Indian Army (@ChinarcorpsIA) July 9, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।