ଦେଶବ୍ୟାପୀ ଅନ୍ଧାର ଚର୍ଚ୍ଚା, ଅମିତ୍‌ ଶାହ ଡାକିଲେ ବୈଠକ

ନୂଆଦିଲ୍ଲୀ: କୋଇଲା ଅଭାବରୁ ଦେଶର ଅନେକ ସ୍ଥାନରେ ବିଦ୍ୟୁତ ସଙ୍କଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା କ୍ୟାବିନେଟ ସହକର୍ମୀଙ୍କୁ ଭେଟିଛନ୍ତି। ଯଦିଓ କୋଇଲା ସଙ୍କଟର ସମାଧାନ ନେଇ କେନ୍ଦ୍ର ସରକାର ଆଶ୍ୱସନା ଦେଛନ୍ତି ତଥାପି ବ୍ଲାକଆଉଟ୍ ନେଇ ଅନେକ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୭.୨ନିୟୁତ ଟନ୍ କୋଇଲା ଉପଲବ୍ଧ ଅଛି। ଏହା କେବଳ ୪ ଦିନ ପାଇଁ ଯଥେଷ୍ଟ ହେବ। […]

amit-saha-1

amit-saha-1

Tapas Behera
  • Published: Monday, 11 October 2021
  • Updated: 11 October 2021, 05:37 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ଅଭାବରୁ ଦେଶର ଅନେକ ସ୍ଥାନରେ ବିଦ୍ୟୁତ ସଙ୍କଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା କ୍ୟାବିନେଟ ସହକର୍ମୀଙ୍କୁ ଭେଟିଛନ୍ତି। ଯଦିଓ କୋଇଲା ସଙ୍କଟର ସମାଧାନ ନେଇ କେନ୍ଦ୍ର ସରକାର ଆଶ୍ୱସନା ଦେଛନ୍ତି ତଥାପି ବ୍ଲାକଆଉଟ୍ ନେଇ ଅନେକ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୭.୨ନିୟୁତ ଟନ୍ କୋଇଲା ଉପଲବ୍ଧ ଅଛି। ଏହା କେବଳ ୪ ଦିନ ପାଇଁ ଯଥେଷ୍ଟ ହେବ। ରବିବାର କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏକଥା କୁହାଯାଇଥିଲା।

ସେହିପରି କେନ୍ଦ୍ରସରକାର ପରିଚାଳିତ କୋଲ ଇଣ୍ଡିଆ ନିକଟରେ ୪୦ ମିଲିଅନ ଷ୍ଟକ ରହିଛି। ଯାହା ପାୱାର ଷ୍ଟେସନ ଗୁଡ଼ିକୁ ବିତରଣ କରାଯାଉଛି ବୋଲି କୁହାଯାଇଥିଲା। ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଆଦୌ ସତ୍ୟ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଦିଲ୍ଲୀରେ ବିଦ୍ୟୁତ୍ ସଙ୍କଟ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବଗତ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଥିଲା। ଗତ କିଛି ମାସ ହେବ କୋଇଲା ଯୋଗାଣ ଅଭବାରୁ ବିଭିନ୍ନ ରାଜ୍ୟ କ୍ଷତିଗସ୍ତ ହୋଇଛନ୍ତି। ଫଳରେ ବାଧ୍ୟ ହୋଇ ଅଘୋଷିତ ଭାବେ ବିଦ୍ୟୁତ୍ କାଟ କରାଯାଛି ।

ସେପ୍ଟେମ୍ବର ଶେଷସୁଦ୍ଧା ଭାରତର କୋଇଲା ଚାଳିତ ବିଦ୍ୟୁତ୍ ଷ୍ଟେସନରେ ହାରାହାରି ଚାରି ଦିନର ଷ୍ଟକ୍ ରହିଥିଲା। ଯାହାକି ବର୍ଷର ସର୍ବନିମ୍ନ ଥିଲା।ଭାରତରେ କୋଇଲା ଅଭାବ ଯୋଗୁ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ତୀବ୍ର ହୋଇଛି । କାରଣ ଭାରତଠାରୁ ଚାଇନା ଅଧିକ କୋଲା ଆମଦାନୀ କରିଥାଏ। ଭାରତରର ୭୦ ପ୍ରତିଶତ ବିଦ୍ୟୁତ୍‌  ଉତ୍ପାଦନ ପାଇଁ ତିନି ଚତୁର୍ଥାଂଶ ଘରୋଇ ଖଣି ଖନନ କରାଯାଏ।

କରୋନାଭାଇରସ୍ ଯୋଗୁ  ଆର୍ଥିକ କ୍ଷି ନେଇ ଯେଉଁ ସମସ୍ୟା ଉପୁଜିଥିଲା ତାର ସମାଧାନର ଆଶା କୋଇଲା ଖଣି ଉପରେ ଥିଲା। କିନ୍ତୁ ମୌସୁମିଜନିତ ଅଧିକ ବର୍ଷା ଯୋଗୁ କୋଇଲା ଖଣି ଗୁଡ଼ିକରେ ପରିବହନ ବାଧାପ୍ରାପ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos